ଜିଓର କ୍ୟାସବ୍ୟାକ୍ ଅଫର ! ୧୯୯ଟଙ୍କିଆ ନୂଆ ପ୍ଲାନ ସହିତ ରେଡମି ୫ଏ ଉପରେ ମିଳିବ ୧,୦୦୦ଟଙ୍କାର କ୍ୟାସବ୍ୟାକ୍

48

ସାଓମି ଭାରତରେ ଲଂଚ କରିଛି ଏକ ଶସ୍ତା ସ୍ମାର୍ଟଫୋନ ତଥା ରେଡମି ୫ଏ । ଯାହାର ମୂଲ୍ୟ ରହିଛି ମାତ୍ର, ୪,୯୯୯ ଟଙ୍କା । ହେଲେ ଏହାକୁ ଆପଣ ୩,୯୯୯ଟଙ୍କାରେ ବି କିଣି ପାରିବେ । ଯେଉଁଥିପାଇଁ ରିଲାଏନ୍ସ ଜିଓ ଏକ ନୂଆ ଅଫର ଲଂଚ କରିଛି ।

କଂପାନୀ ମୁତାବକ, ଗ୍ରାହକଙ୍କୁ ସାଓମିର ରେଡମି ୫ଏ ସ୍ମାର୍ଟଫୋନରେ ରିଲାଏନ୍ସ ଜିଓର ସିମ ବ୍ୟବହାର କରିବାକୁ ପଡିବ । ଜିଓ ଅନୁସାରେ, କଂପାନୀ ପ୍ରଥମ ଥର ପାଇଁ ଏଭଳି ଏକ ସ୍ପେଶାଲ ଅନଲିମିଟେଡ ମନ୍ଥଲି ପ୍ଲାନ ଲଂଚ କରିଛି । ଯାହାର ଦାମ ରହିଛି ମାତ୍ର ୧୯୯ ଟଙ୍କା । ଯେଉଁଥିରେ ରହିଛି ମାଗଣା ଭଏସ କଲର ସୁବିଧା ସହିତ ଅସୀମ ଡାଟା ଏବଂ ଜିଓ ଆପ ଆଉ ଏହି ପ୍ଲାନର ବୈଧତା ରହିଛି ୨୮ ଦିନ । ପ୍ରତିଦିନ ୟୁଜର୍ସ କେବଳ ୧ ଜିବି ଡାଟା ବ୍ୟବହାର କରିପାରିବେ ।

ରିଲାଏନ୍ସ ଜିଓ ଏହି ପ୍ଲାନଟିକୁ କେବଳ ରେଡମି ୫ଏ ୟୁୁଜର୍ସଙ୍କ ପାଇଁ ଲଂଚ କରିଛି । କଂପାନୀ ସୂଚନା ମୁତାବକ, ଏହି ପ୍ଲାନଟି ମାର୍କେଟର ସବୁଠାରୁ ଶସ୍ତା ପ୍ଲାନ । ଏଥିପାଇଁ ରେଡମି ୫ଏ ଗ୍ରାହକଙ୍କୁ ୧୨ ମାସରେ ୧୨ଥର ରିଚାର୍ଜ କରିବାକୁ ହେବ । ଗୋଟିଏ ବର୍ଷ ଯାଏ ଏଭଳି ରିଚାର୍ଜ କରିବା ପରେ ୧,୦୦୦ଟଙ୍କାର କ୍ୟାସବ୍ୟାକ୍ ଗ୍ରାହକଙ୍କୁ ମିଳିବ । ବର୍ତ୍ତମାନ ଏଭଳି ପ୍ରତିମାସ ରିଚାର୍ଜ କରିବା ପରେ ୧୦୦ଟଙ୍କାର କ୍ୟାସବ୍ୟାକ୍ ଜିଓ ଆପରୁ ନେଇ ପାରିବେ । ଏହାଦ୍ୱାରା ଆପଣଙ୍କୁ ୧,୦୦୦ଟଙ୍କାର କ୍ୟାସବ୍ୟାକ୍ ମିଳିଲା ଅର୍ଥାତ୍ ରେଡମି ୫ଏ ସ୍ମାର୍ଟଫୋନ ୩,୯୯୯ଟଙ୍କାରେ ଆପଣଙ୍କୁ ମିଳିଲା ।

ସାଧାରଣ ଶଦ୍ଦରେ କହିବାକୁ ଗଲେ, ଆପଣ ରେଡମି ୫ଏ କଂପାନୀଠାରୁ ଏହାର ବାସ୍ତବିକ ମୂଲ୍ୟ ତଥା ୪,୯୯୯ଟଙ୍କାରେ କିଣିବେ । ଏହି ଦାମ ୨ ଜିବି ରାମ ଏବଂ ୧୬ଜିବି ଇଂଟରନାଲ ମେମୋରି ୱାରିଏଂଟର ରହିଛି । ତେଣୁ ସ୍ମାର୍ଟଫାନଟିକୁ ଯଦି ଆପଣ କିଣିସାରିଛନ୍ତି ତେବେ କ୍ୟାସବ୍ୟାକ୍ ପାଇଁ ଆପଣଙ୍କୁ ଏଥିରେ ଜିଓ ସିମ ବ୍ୟବହାର କରିବାକୁ ପଡିବ ।