ଡିସେମ୍ବରୁ ୧ରୁ ହୋଇଛି ବିଭିନ୍ନ ପରିବର୍ତ୍ତନ ! ଆସନ୍ତୁ ଜାଣିବା, ଆପଣଙ୍କ ଜୀବନ ଉପରେ କିପରି ପଡ଼ିବ ପ୍ରଭାବ

55

ଡିସେମ୍ବର ୧ ତଥା କାଲିଠାରୁ ଚାରୋଟି ବଡ଼ ପରିବର୍ତ୍ତନ । କାଲିଠାରୁ ଦେଶର ସମସ୍ତ ସ୍ଥାନରେ ଅନେକ କାର୍ଯ୍ୟରେ ପରିବର୍ତ୍ତନ କରାଯାଇଛି । ଏଥିଯୋଗୁଁ ଘରେ ବସି ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିପାରିବେ । ରେଳବାଇର ସମସ୍ତ ରେଜିଷ୍ଟ୍ରେସନ ସେଂଟରରେ ‘ଭିମ ଆପ’ରେ ପେମେଂଟ ନେବାର ସୁବିଧା ଆରମ୍ଭ ହୋଇଯିବ । ତେବେ ଆସନ୍ତୁ ଜାଣିବା କ’ଣ ସବୁ ବଡ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଏହା ଦ୍ୱାରା ଆମ ନିତିଦିନ ଜୀବନରେ କଣ ପ୍ରଭାବ ପଡିବ ।

ଘରେ ବସି ମୋବାଇଲ କୁ ଆଧାର ସହ ସଂଯୋଗ କରିପାରିବେ – ବର୍ତ୍ତମାନ ଆପଣ ଘରେ ବସି ନିଜ ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରି ପାରିବେ । ଏଥିପାଇଁ ଟେଲିକମ କମ୍ପାନୀ ଡିସେମ୍ବର ୧ ତାରିଖରୁ ତିନୋଟି ନୂଆ ସୁବିଧା ଯୋଗାଇବେ । ଯାହାର ଫାଇଦା ଉଠାଇ ଆପଣ ସହଜରେ ଘରେ ବସି ନିଜ ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିପାରିବେ । ଭାରତୀୟ ବିଶିଷ୍ଟ ପ୍ରାଧିକରଣ ନିଜ ସାଇଟରେ ଆଧାର ସହ ଲିଙ୍କ କରିବା ପ୍ରକ୍ରିୟା ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିବା ପାଇଁ ଆପଣ ଡିସେମ୍ବର ୧ରୁ ଆପଣ ଟେଲିକମ ଅପରେଟର ୱେବସାଇଟକୁ ଯାଇପାରିବେ । କମ୍ପାନୀ ଗୁଡିକ ନିଜ ୱେବସାଇଟକୁ ଏପରି କିଛି ନୂଆ ଟ୍ୟାବ ଆଣଛନ୍ତି ଯାହା ମୋବାଇଲ ନମ୍ବରକୁ ଆଧାର ସହ ସହଜରେ ସଂଯୋଗ କରିବାରେ ସାହାଯ୍ୟ କରିବ । ଏହା ଉପରେ କ୍ଲିକ କରିବା ମାତ୍ରେ ନିଜ ମୋବାଇଲ ନମ୍ବର ଏବଂ ଆଧାର ଭିତ୍ତିକ ତଥ୍ୟ ଦେବାକୁ ପଡିବ । ଏହାପରେ ଆପ ଜରିଆରେ ମଧ୍ୟ ଆପଣ ଲିଂକ କରିପାରିବେ । କମ୍ପାନୀ ୱେବସାଇଟ ଭଳି ସୁବିଧା ଏହି ଆପରେ ଯୋଗାଇବ । ଏଥିପାଇଁ କମ୍ପାନୀ ଆପରେ ନୂଆ ଟ୍ୟାବ ଆଣିବ । ଆପକୁ ଅପଡେଟ କରିଲା ପରେ ଆପଣ ଏହି ସୁବିଧା ଉପଲବ୍ଧ କରିପାରିବେ ।

railway ticketରେଳବାଇ ଟିକେଟର ପେମେଂଟ କରିବା ହେବ ସହଜ – ରେଳବାଇ କ୍ୟାସଲେସ୍ ଟ୍ରାଂଜାକ୍ସନକୁ ପ୍ରୋତ୍ସାହନ ଦେବା ପାଇଁ ୧ଡିସେମ୍ବରରୁ ସମସ୍ତ ରିଜର୍ଭେସନ କେନ୍ଦ୍ରରେ ‘ଭିମ ଆପ’ଜରିଆରେ ପେମେଂଟ କରିବାର ସୁବିଧା ଆରମ୍ଭର ପ୍ରସ୍ତୁତି କରିଛି । ଏଥିରେ ଆପଣଙ୍କୁ କୌଣସି ପ୍ରକାର କାର୍ଡର ଆବଶ୍ୟକ ପଡିବ ନାହିଁ । ଆପଣ ସ୍ମାର୍ଟ ଫୋନ ଦ୍ୱାରା ଏହି ଆପ ଜରିଆରେ ସମସ୍ତ ପେମେଂଟ କରିପାରିବେ ।

ସମସ୍ତ କାରରେ ଫାଷ୍ଟଟାଗ ରହିବା ସୁନିଶ୍ଚିତ- ସରକାର ସମସ୍ତ ଟୋଲବୁଥରେ ଲାଗୁଥିବା ଭିଡକୁ କମ୍ କରିବା ପାଇଁ ଏକ ବିରାଟ ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ସରକାର ୧ଡିସେମ୍ବରରେ ସମସ୍ତ ବାହାନ ନିର୍ମାତାଙ୍କୁ ଏବଂ ଡିଲରଗୁଡିକୁ ନୂଆ ଯାନ ଉପରେ ଫାଷ୍ଟଟ୍ୟାଗ ଲଗାଇବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି । ଯଦି ଆପଣ ନୂଆ କାର କିଣୁଛନ୍ତି ତେବେ ଏହା ଉପରେ ଆପଣ ବିଶେଷ ଧ୍ୟାନ ଦେବା ଜରୁରୀ ଅଟେ ।

ଫାଷ୍ଟଟ୍ୟାଗ କଣ : ଫାଷ୍ଟଟ୍ୟାଗ ଏଭଳି ଏକ ଉପକରଣ ଅଟେ ଯେଉଁଥିରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଂଟିଫିକେସନ ଟେକ୍ନୋଲୋଜିର ବ୍ୟବହାର ହୋଇଥାଏ । ଫାଷ୍ଟଟ୍ୟାଗ ଆପଣଙ୍କ କାରର ୱିଣ୍ଡସ୍କ୍ରିନରେ ଲଗାଯାଇଥାଏ ଏବଂ ଏହା ପ୍ରିପେଡ ସମ୍ବନ୍ଧିତ ଖାତାରେ ସଂଯୋଗ ହୋଇଥାଏ । ଏହା ପ୍ରୟୋଗରେ କୌଣସି ଟୋଲରେ ବାହନ ନଅଟକି ଯିବାପାଇଁ ଅନୁମତି ଥାଏ ।

କିପରିି କିଣିବେ ଫାଷ୍ଟଟ୍ୟାଗ: ଫାଷ୍ଟଟ୍ୟାଗ କିଣିବାପାଇଁ ଅଧିକ ପରିଶ୍ରମ ଆବଶ୍ୟକ ହୋଇନଥାଏ । ଆପଣ ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ସିଣ୍ଡିକେଟ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଆଇଡିଏଫସି ବ୍ୟାଙ୍କ ଭଳି କୌଣସି ବ୍ୟାଙ୍କରୁ ଆପଣ ସହଜରେ ଏହାକୁ କିଣି ପାରିବେ । ଆପଣ ଏହାକୁ ଟୋଲ ପ୍ଲାଜା ଏବଂ ପେଟିଏମ ଜରିଆରେ ମଧ୍ୟ କିଣି ପାରିବେ ।

ଏଲଆଇସି ବନ୍ଦ କଲା ଜୀବନ ଅକ୍ଷୟ ପଲିସି : ଏଲଆଇସି ବନ୍ଦ କରିଛି ଜୀବନ ଅକ୍ଷୟ ପଲିସି । ଏକ ଡିସେମ୍ବରରୁ ଏହି ହିଟ୍ ପଲିସିର ବିକ୍ରି ବନ୍ଦ କରିଛି ଏଲଆଇସି । କମ୍ପାନରୁ ତରଫରୁ ମିଳିଛି ସୂଚନା । ଲଗାତାର ସୁଧ ଦର ବୃଦ୍ଧି ପାଉଥିବା ହେତୁ ଏହି ପଲିସି ଉପରେ ନିବେଶକଙ୍କୁ ଭଲ ରିଟର୍ଣ୍ଣ ଦେବା କଷ୍ଟକର ବ୍ୟାପାର ହେଉଛି ।