ସୋର ଗଣେଶ ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ ଘଟଣା : ଦୋକାନ ପୋଡିଲେ ଦୁବୃର୍ତ

31

ସୋର : ସୋରରେ ଗଣେଶ ଭସାଣକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣାରେ ୫ଟି ଦୋକାନରେ ନିଆଁ ଲଗାଇଲେ ଦୁବୃର୍ତ । ଏଥିପାଇଁ ଜଣଙ୍କୁ ଗିରଫ କରିଛି ସ୍ପେଶାଲ ଟିମ୍ । ସହରରରେ ୧୪୪ ଧାରାର ହୋଇଛି କୋହଳ। ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ୧୪୪ ଧାରା କୋହଳ ହେବ । ଗତକାଲି ସୋର ଥାନାରେ ଶାନ୍ତିି କମିଟି ବୈଠକ ବସିଥିଲା । ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରାଯାଉଛି । ସ୍ଥିତି ସମୀକ୍ଷା କରିବା ପରେ ୧୪୪ ଧାରା ପ୍ରତ୍ୟାହାର ହେବ କି ନାହିଁ ନିଷ୍ପତି ନିଆଯିବ ବୋଲି କହଥିଲେ ଏଡିଜି ସତ୍ୟଜିତ୍ ମହାନ୍ତି । ଏହି ବୈଠକରେ କଲେକ୍ଟର, ଏସପି, ଏଡିଜି ଉପସ୍ଥିତ ରହି ଘଟଣାର ସମାଧାନ ପାଇଁ ଆଲୋଚନା କରିଥିଲେ । ଗଣେଶ ଭସାଣ ବେଳେ ହୋଇଥିବା ଗୋଷ୍ଠୀ ସଂଘର୍ଷ ମାମାଲାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ ।