ଫେରିବ କି କଳାଧନ : ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ କଟକରେ ବସୁଛି ବୈଠକ

19

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଳାଧନ ପ୍ରସଙ୍ଗରେ ଗଠନ ହୋଇଥିବା ଏସ୍ଆଇଟିର ଏକ ସ୍ୱତନ୍ତ୍ର ବୈଠକ ଆଜି କଟକରେ ବସୁଛି । ଏସ୍ଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ଦେଶ ଏବଂ ରାଜ୍ୟ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବେ। ଆଜି ଦିନ ସାଢ଼େ ୧୦ଟା ବେଳେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। କଳାଧନକୁ ପ୍ରସଙ୍ଗ କରି ବିଜେପି କ୍ଷମତାକୁ ଆସିଥିବା ବେଳେ ଏଯାଏଁ ଏନେଇ କୌଣସି ନିର୍ଦ୍ଦିଷ୍ଟ ପଦେକ୍ଷପ ହୋଇନଥିବା ଅଭିଯୋଗ ହେଉଛି । ତେବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ହିଁ ତାଙ୍କ କ୍ୟାବିନେଟର ପ୍ରଥମ ବୈଠକରେ କଳାଧନ ନେଇ ଏସ୍ଆଇଟି ଗଠନ କରଥିଲେ ।