ବାହା ହେବେ ମସକଲି ଗର୍ଲ ! ଏପ୍ରିଲ ମାସରେ ସୋନମଙ୍କ ବାହାଘର

43

ଜୀବନର ନୂଆ ପାହାଚରେ ଚଢ଼ିବା ପାଇଁ ଏବେ ପ୍ରସ୍ତୁତ ବଲିଉଡ ମସକଲି ଗର୍ଲ ସୋନମ କପୁର । ସୋନମ କପୁର ଚଳିତବର୍ଷ ବିବାହ ବନ୍ଧନରେ ବାନ୍ଧି ହେବେ ନେଇ ଖବର ଏବେ ଜୋର ଧରିଛି । ସୋନମ ଓ ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କ ବାହାଘର ଖବର ନେଇ ମାୟାନଗରୀରେ ଏବେ ଚର୍ଚ୍ଚା ଜୋର ଧରିଛି ।

sonam kapoorଏପ୍ରିଲରେ ବିବାହ ବନ୍ଧନରେ ବାନ୍ଧି ହେବେ ଅଭିନେତ୍ରୀ ସୋନମ କପୁର ଓ ବିଜନେସ ଟାଇକୁନ ଆନନ୍ଦ ଆହୁଜା । ରାଜସ୍ଥାନ ଯୋଧପୁରରେ ଆୟୋଜିତ ହେବ ଏହି ବିବାହ କାର୍ଯ୍ୟକ୍ରମ । ଖାସ ଅତିଥି ଓ ସର୍ମ୍ପକୀୟଙ୍କୁ ନେଇ ପ୍ରସ୍ତୁତ ହୋଇଛି ୩୦୦ଜଣଙ୍କ ତାଲିକା । ଗ୍ରାଣ୍ଡ ୱେଡିଙ୍ଗ ବଦଳରେ ଘରୋଇ ଓ ଗୋପନୀୟ ଭାବେ ଆୟୋଜିତ ହେବ ସୋନମ ଓ ଆନନ୍ଦଙ୍କ  ଖାସ ଦିନ ।ପୂର୍ବରୁ ଏମାନେ ନିଜ ବାହାଘର ଖବରକୁ ଏଡାଇ ଆସୁଥିବାବେଳେ ଏଥରକ କିନ୍ତୁ ଚୁପ ରହିଛନ୍ତି ପ୍ରେମପକ୍ଷୀ । ରୂପେଲି ପରଦାର ଏହି ରାଂଝଣାଙ୍କ ରିୟଲ ରୋମାନ୍ସ ଦେଖିବାକୁ ମିଳିବ ଆଗକୁ ।

୨୦୧୬ରେ ସୋନମଙ୍କ ପ୍ରେମ କାହାଣୀକୁ ନେଇ ପ୍ରଥମଥର ପାଇଁ ଚର୍ଚ୍ଚା ହୁଏ । ମିଡିଆ ସାମ୍ନାରେ କିଛି ଦିନର ଲୁଚକାଳି ପରେ ଶେଷରେ ନିଜ ସୋନମଙ୍କ ସିକ୍ରେଟ ଲଭଷ୍ଟୋରୀ ଉପରୁ ଉଠେ ପର୍ଦ୍ଦା । ଆନନ୍ଦଙ୍କ ସହ ହଲିଡେ ଟ୍ରିପର ଫଟୋରେ ନଜର ଆସିଲେ ସୋନମ । ପରେ ସୋସିଆଲ ମିଡିଆରେ ପ୍ରେମୀଯୋଡୀଙ୍କ ଗୋଟେ ପରେ ଗୋଟେ ଫଟୋ ପ୍ରକାଶ କରେ ଏମାନଙ୍କ ପ୍ରେମକାହାଣୀ । ଗତବର୍ଷ ଏକାଧିକ ସେଲିବ୍ରେଟି ଚେହେରା ନିଜ ସର୍ମ୍ପକୁ ନୂଆ ନାଁ ଦେଇଥିବାବେଳେ ଏଥରକ ନୂଆ ବର୍ଷରୁ ହିଁ ବଲିଉଡ ନାୟିକାଙ୍କୁ ନେଇ ଆସିଛି ଏହି ନୂଆ ଖବର । ଚର୍ଚ୍ଚା ହେଉଥିବା ଖବର ଯଦି ସତ ହୁଏ ତେବେ ଏପ୍ରିଲ ମାସରେ ୱେଡିଙ୍ଗ କ୍ଲବରେ ସାମିଲ ହେବ ସୋନମ କପୁରଙ୍କ ନାଁ ।