ସୋନାକ୍ଷୀଙ୍କ ଆଗାମୀ ସିନେମା‘ନୁର’ର ରିଲିଜ୍ ତାରିଖ ହେଲା ଘୋଷଣା

36

ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ପାକିସ୍ତାନି ଉପନ୍ୟାସ ‘କରାଚୀ,ୟୁ ଆର କିଲିଙ୍ଗ ମି’ ଉପରେ ତିଆରି ହେଉଥିବା ଏକ ବଲିଉଡ ସିନେମା ‘ନୁର’ରେ ବହୁତ ଯଲଦି ନଜର ଆସିବେ ବୋଲି ଜଣା ପଡିଛି । ଏଇ ସିନେମାର ରିଲିଜ ତାରିଖ ମଧ୍ୟ ଏବେ ଘୋଷଣା ହୋଇଯାଇଛି ।

ଏଇ ସିନେମାରେ ସୋନାକ୍ଷୀ ଜଣେ ପତ୍ରକାର ଭୂମିକାରେ ଅଭିନୟ କରୁଛନ୍ତି । ‘ନୁର’ଏକ ଅପରାଧ ଥ୍ରୀଲର କମେଡି ସିନେମା ଏବଂ ଏହା ପାକିସ୍ତାନୀ ଉପନ୍ୟାସ ‘କରାଚୀ,ୟୁ ଆର କିଲିଙ୍ଗ ମି’ର ଏକ ରୂପାନ୍ତରଣ । ଏଇ ଉପନ୍ୟାସର ଲେଖିକା ହେଲେ ସବା ଇମତିଆଜ । ନିକଟରେ ସୋନାକ୍ଷୀ ସିହ୍ନା ଟ୍ୱିଟର ଜରିଆରେ ଏହି ସିନେମାର ପୋଷ୍ଟର ଶେୟାର କରିଛନ୍ତି ।

ଏହା ସହ ସିନେମାର ରିଲିଜ ତାରିଖ ମଧ୍ୟ ସେ ଘୋଷଣା କରିଛନ୍ତି । ଏହି ସିନେମା ଆସନ୍ତା ବର୍ଷ ୭ ଏପ୍ରିଲରେ ରିଲିଜ ହେବ ବୋଲି ପୂର୍ବରୁ ଖବର ଆସିଥିଲା , କିନ୍ତୁ ଏବେ ଏହାର ରିଲିଜ ତାରିଖ ଆଗକୁ ବଢାଇ ଦିଆ ଯାଇଛି । ଏଇ ସିନେମାର ନିର୍ଦ୍ଦେଶକ ହେଲେ ସୁନୀଲ ସିପ୍ପୀ । ଏହି ସିନେମା ନୂର ନାମକ ଏକ ଝିଅର ସଂଘର୍ଷର କାହାଣୀ ଉପରେ ଆଧାରିତ ।