ସ୍କାଏମେଟର ପୂର୍ବାନୁମାନ : ୨୭ତାରିଖ ସୁଦ୍ଧା ଓଡ଼ିଶା ଉପକୂଳ ଛୁଇଁବ ଘୂର୍ଣ୍ଣିଝଡ କ୍ୟାଂଟ

30

କନକ ବ୍ୟୁରୋ : ଆଜି ସଂଧ୍ୟା ସୁଦ୍ଧା ସାଇକ୍ଲୋନର ଦିଗ ନେଇ ସ୍ପଷ୍ଟ ସୂଚନା ମିଳିବ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ ଡିପ୍ରେସନର ରୂପରେ ଉତର ଦିଗରେ ଗତି କରୁଥିବା ସ୍କାଏମେଟ ସୂଚନା ଦେଇଛି । ମିଆଁମାରରୁ ଏହା ଉତର ପଶ୍ଚିମ ଦିଗରେ ଗତି କରିବ । ଏହାପରେ କ୍ୟାଂଟ ଉତର ପଶ୍ଚିମ ବଙ୍ଗୋପସାଗର ଆଡକୁ ଗତି କରିବ । ୨୭ତାରିଖ ସୁଦ୍ଧା ଏହା ଓଡ଼ିଶା ଉପକୂଳ ଛୁଇଁବ ବୋଲି ସ୍କାଏମେଟ ପୂର୍ବାନୁମାନ କରିଛି । ଏହା ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।