ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ମେଳି : ସୋନିଆଙ୍କ ସନ୍ଦେଶ ଧରି ଓଡିଶା ଆସିଛନ୍ତି ୟେଚୁରୀ

17

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ନେଇ ସୋନିଆଙ୍କ ସନ୍ଦେଶ ଧରି ଓଡିଶା ଆସିଛନ୍ତି ସିପିଏମ ସାଧାରଣ ସମ୍ପାଦକ ସୀତାରାୟ ୟେଚୁରୀ । ଆଜି ଅପରାହ୍ନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିବେ ସୀତାରାମ ।

ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ବିଜେଡି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ପୂର୍ବରୁ କହିସାରିଛନ୍ତି ନବୀନ । ଏଭଳି ସ୍ଥିତିରେ ନବୀନ-ୟେଚୁରୀ ଭେଟଘାଟ ଉପରେ ରହିଛି ସମସ୍ତଙ୍କ ନଜର । ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ ସର୍ବସମ୍ମତ ପ୍ରାର୍ଥୀ ଦେବାକୁ ଚାହୁଁଥିବାରୁ ଭେଟଘାଟକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି ।