ଖାସବନ୍ଧୁଙ୍କ ସହ ମସ୍ତିମୁଡରେ ଶାହାରୁଖଙ୍କ ଝିଅ ସୁହାନା ! ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ

27

ସୋସିଆଲ ମିଡିଆରେ କିଙ୍ଗଖାନ୍ ଶାହାରୁଖଙ୍କ ଝିଅ ସୁହାନା ଏବେ ଚର୍ଚ୍ଚାରେ ରହିଛନ୍ତି । ବଲିଉଡରେ ତାଙ୍କର ପ୍ରବେଶକୁ ନେଇ କି କୈାଣସି ସଠିକ୍ ତଥ୍ୟ ନ’ଥିଲେ ମଧ୍ୟ ଇଂଟରନେଟରେ ସେ ନିଜ ସ୍ଥିତିକୁ ଜାହିର କରିଛନ୍ତି ।

ନିକଟରେ ସୁହାନା ତାଙ୍କର କିଛି ଅନ୍ତରଙ୍ଗ ବନ୍ଧୁଙ୍କ ସହ ପାର୍ଟି ମନାଇଛନ୍ତି । ଏହି ପାର୍ଟିର କିଛି ଫଟୋକୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଫଟୋ ଗୁଡିକରେ ସେ ତାଙ୍କର ଜଣେ ଖାସ୍ ବନ୍ଧୁଙ୍କ ସହ ନଜର ଆସିଛନ୍ତି ।
ସୁହାନା ଏହି ପାର୍ଟିରେ ଗ୍ରୀନ୍ କଲରର ଡ୍ରେସ ପିନ୍ଧିଛନ୍ତି । ଏହି ପାର୍ଟିରେ ସେ ଖୁବ୍ ମସ୍ତି ମୁଡରେ ନଜର ଆସିଥିଲେ । ଏହା ପୂର୍ବରୁ ମଧ୍ୟ ତାଙ୍କର ଏହି ଖାସ୍ ବନ୍ଧୁଙ୍କ ସହିତ ସୁହାନାଙ୍କର ବହୁତ ଗୁଡାଏ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି । ସୁହାନାଙ୍କୁ ପାର୍ଟି କରିବାକୁ ଖୁବ୍ ଭଲ ଲାଗିଥାଏ ଏବଂ ସେ ସବୁବେଳେ ନିଜର କିଛି ଖାସ ବନ୍ଧୁଙ୍କ ସହିତ ପାର୍ଟି କରିବାର ମୁଡରେ ନ’ଜର ଆସିଥାନ୍ତି ।

ସୁହାନା ବର୍ତମାନ ଧୀରୁଭାଇ ଅମ୍ବାନୀ ଇଂଟରନ୍ୟାସନାଲ ସ୍କୁଲରେ ପାଠ ପଢୁଛନ୍ତି । ନାଚ ଏବଂ ଖେଳକୁଦରେ ତାଙ୍କର ସ୍ୱତନ୍ତ୍ର ରୁଚି ରହିଛି । ଶାହାରୁଖଙ୍କର ବି ଇଚ୍ଛା ରହିଛି ସୁହାନା ନୃତ୍ୟକ୍ଷେତ୍ରରେ ଜଣେ ଭଲ ନୃତ୍ୟଶିଳ୍ପୀ ଭାବରେ ନାଁ କରନ୍ତୁ ।

ଏକ ସାକ୍ଷାତକାର ଦେବା ଅବସରରେ ଶାହାରୁଖ କହିଥିଲେ, ସୁହାନାଙ୍କର ଗ୍ଲାମରସ୍ ଲୁକ୍ ଏବଂ ସୋସିଆଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ହେବାକୁ ନେଇ ସେ ଚିନ୍ତିତ ନୁହଁନ୍ତି ବୋଲି କହିଥିଲେ । ବାସ୍ ତାଙ୍କର ଏତିକି ଇଚ୍ଛା ରହିଛି ସେ ତାଙ୍କ ଝିଅ ଏକ ଭଲ ମନୁଷ୍ୟ ଭାବରେ ସେ ଦେଖିବାକୁ ଚାହୁଁଛନ୍ତି ।