ଧୂମ୍ରପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ! ଆପଣ ଶୁଣିଥିବା ଏହି କଥାର ଦେଖନ୍ତୁ ପ୍ରମାଣ

42

ଧୂମ୍ରପାନ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏହା ଆପଣ ଶୁଣିଛନ୍ତି ଏବଂ ପଢିଛନ୍ତି । କିନ୍ତୁ କଣ କେବେ ଦେଖିଛନ୍ତି ? ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଜାଣି ପାରିବେ କେତେ କ୍ଷତିକାରକ ଧୂମ୍ର ପାନ ।

ଘଟଣାଟି ଘଟିଛି ଇରାନରେ । ସିସିଟିଭିରେ କଏଦ୍ ହୋଇଥିବା ୪୩ ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ନାଳରେ କିଛି ଅଳିଆ ପକାଇ ଚାଲି ଯାଉଛନ୍ତି । କିଛି ସମୟ ପରେ ଅନ୍ୟ ଜଣେ ବ୍ୟକ୍ତି ଆସି ଏକ ସିଗାରେଟ୍ ସେହି ନାଳରେ ପକାଉଛନ୍ତି । ତେବେ ଏହା ପରେ ଯାହା ଘଟିଛି ତାକୁ ଦେଖିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବନି । ବ୍ୟକ୍ତି ଜଣକ ସିଗାରେଟ୍ ପକାଇବା କ୍ଷଣି ନାଳଟି ବ୍ଲାଷ୍ଟ୍ କରିଛି । ଆଉ ଏହା ଏତେ ଭୟାବହ ଥିଲା ଯେ ବ୍ୟକ୍ତି ଜଣକ ଛିଟିକି ତଳେ ପଡିଯାଇଛନ୍ତି ।

ଭିଡିଓଟି ସାମ୍ନାକୁ ଆସିବା ପରେ ପ୍ରାୟ ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିସାରିଲେଣି । କାରଣ ସମସ୍ତେ ଜାଣିବାକୁ ଚେଷ୍ଟା କରିଛନ୍ତି ଏହି ବ୍ଲାଷ୍ଟର ପ୍ରକୃତ କାରଣ କଣ । ହେଲେ ଏଯାଏଁ କାରଣ ସ୍ପଷ୍ଟ ହୋଇନାହିଁ ।

ଦେଖନ୍ତୁ ଏହି ଭିଡିଓ :