ମୋବାଇଲ ସିମରେ ‘U’ ଲେଖାଅଛି କି ? ଜାଣନ୍ତୁ କଣ ପାଇବେ ଫାଇଦା

52

ଏବେ ଭାରତର ଅଧିକାଂଶ ଲୋକଙ୍କ ହାତରେ ମୋବାଇଲ ଦେଖିବାକୁ ମିଳୁଛି । ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ଫୋନର ବ୍ୟବହାର କରୁଛନ୍ତି । କିନ୍ତୁ ଅଧିକାଂଶ ଲୋକ ମୋବାଇଲ ଫୋନରେ ପଡୁଥିବା ସିମ ବିଷୟରେ ଅଜ୍ଞ । ସାଧାରଣତଃ ଆମେ ବ୍ୟବହାର କରୁଥିବା ସିମରେ ୧୯ ଡିଜିଟର ନମ୍ବର ଲେଖା ହୋଇଥାଏ । କିନ୍ତୁ ୧୯ ଡିଜିଟ ନମ୍ବର ପଛରେ କଣ କାରଣ ଲୁଚି ରହିଛି ତାହା ଅଧିକାଂଶ ଜାଣନ୍ତି ନାହିଁ । ଏହି ୧୯ ଡିଜିଟ ନମ୍ବରରେ ସିମର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥାଏ । ତେବେ ଆସନ୍ତୁ ଜାଣିବା ସିମ ପଛରେ ଲେଖାଥିବା ୧୯ ଡିଜିଟ ନମ୍ବର ପଛରେ କଣ କାରଣ ରହିଛି ।

SIM-1068x712କମ୍ପାନି କୋର୍ଡ : ପ୍ରତି ସିମ ପଛରେ ୧୯ଟି ନମ୍ବର ରହିଥାଏ । ଏହି ୧୯ଟି ନମ୍ବର ମଧ୍ୟରୁ ପ୍ରଥମ ଦୁଇଟି କମ୍ପାନି କୋର୍ଡକୁ ସୂଚାଇଥାଏ । ପ୍ରତି କମ୍ପାନି ପାଇଁ ଇଣ୍ଟରନ୍ୟାସନାଲ ଟେଲିକମ ୟୁନିୟନ ଏକ କୋର୍ଡ ସ୍ଥିର କରିଥାଏ । ଯାହା କମ୍ପାନିର ପରିଚୟ ହୋଇଥାଏ । ଏହି କୋର୍ଡ ଦ୍ୱାରା ସିମ କେଉଁ ଟେଲିକମ କମ୍ପାନିର ତାହା ବେଶ ସହଜରେ ଜଣାପଡିଥାଏ ।

ସେହିଭଳି ୧୯ଟି ନମ୍ବର ମଧ୍ୟରୁ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା ନମ୍ବର ଦେଶର କୋର୍ଡ ଭାବେ ସ୍ଥିର କରାଯାଇଥାଏ । ଏହାକୁ ଏମସିସି କୁହାଯାଏ । ଭିନ୍ନ ଭିନ୍ନ ଦେଶ ପାଇଁ ଭିନ୍ନ କୋର୍ଡ ବ୍ୟବହାର କରାଯାଇଥାଏ । କେଉଁ ଦେଶରେ କେଉଁ ସିମ ବ୍ୟବହାର ହେଉଛି ତାହା ଏହି କୋର୍ଡ ମାଧ୍ୟମରେ ଜଣା ପଡିଯାଇଥାଏ । ସେହି କ୍ରମରେ ଭାରତର ଏମସିସି କୋର୍ଡ ହେଉଛି ୯୧ ।

ମୋବାଇଲ ସିମର ପଞ୍ଚମ ଓ ଷଷ୍ଠ ସ୍ଥାନରେ ଥିବା ଡିଜିଟକୁ issuer ନମ୍ବର  କୁହାଯାଏ । ଏହି ନମ୍ବର ଟେଲିକମ କମ୍ପାନି ସ୍ଥିର କରିଥାଏ । ପ୍ରତ୍ୟେକ ରାଜ୍ୟ ପାଇଁ  issuer ନମ୍ବର ଅଲଗା ଅଲଗା ହୋଇଥାଏ । ଏହି ଦୁଇଟି ନମ୍ବର ଦ୍ୱାରା ସିମଟି କେଉଁ ରାଜ୍ୟର ତାହା ଜଣାପଡିଥାଏ ।

ସିମର ୧୯ଟି ନମ୍ବର ମଧ୍ୟରୁ ପ୍ରଥମ ୬ଟି ନମ୍ବରକୁ ଛାଡିଦେଲେ ପରବର୍ତ୍ତୀ ୧୨ଟି ନମ୍ବର ସିମ ନମ୍ବର ହୋଇଥାଏ । ଏହି ନମ୍ବରରେ ଗ୍ରାହକଙ୍କ ସମସ୍ତ ତଥ୍ୟ ରହିଥାଏ । ଗ୍ରାହକଙ୍କ ପରିଚୟ ସମ୍ପର୍କିତ ସମସ୍ତ ତଥ୍ୟ ଏହି ନମ୍ବରରେ ରହିଥାଏ । ଆପଣ ଫୋନରେ କଥା ହେଉଥିବା ବେଳେ ଏହି ନମ୍ବରରେ ସମସ୍ତ ତଥ୍ୟ ରେକର୍ଡ ହୋଇ ରହିଥାଏ ।

୧୯ଟି ନମ୍ବର ମଧ୍ୟରୁ ପୂରା ଶେଷରେ ଥିବା ନମ୍ବରକୁ ଚେକସମ କୁହାଯାଇଥାଏ । ଏହା ପ୍ରଥମ ୧୮ଟି ନମ୍ବରକୁ ହିସାବ କରି ଲେଖାଯାଇଥାଏ । ତେବେ ଏହି ୧୯ଟି ନମ୍ବରକୁ ଛାଡି ଅନ୍ୟ ଏକ ଅକ୍ଷର ମଧ୍ୟ ଲେଖାଯାଇଥାଏ । ଅଧିକାଂଶ ସିମରେ ୧୯ଟି ନମ୍ବର ପରେ U ଲେଖା ହୋଇଥାଏ । ଯାହାର ଅର୍ଥ ହେଉଛି ୟୁନିଭର୍ସ । ଅଥାର୍ତ ଏହି ଧରଣର ସିମ ୨ଜି ଠାରୁ ଆରମ୍ଭ କରି ୪ଜି ପଯ୍ୟନ୍ତ ସମସ୍ତ ନେଟୱାର୍କରେ କାମ କରିଥାଏ । କିନ୍ତୁ ଅଳ୍ପ କିଛି ସିମରେ H ଲେଖାଯାଇଥାଏ । ଏଭଳି ସିମ ସବୁ ନେଟୱାର୍କରେ କାମ କରିନଥାଏ ।