ମାଇକ୍ରୋୱେଭରେ ମୁଣ୍ଡ ପୁରାଇ ମଜାକ୍ କରିବା ପଡିଲା ମହଙ୍ଗା ! ବିପଦରୁ ବର୍ତ୍ତିଗଲେ ଯୁବକ

39

ବେଳେବେଳେ ଏମିତି ଦେଖାଯାଏ କି ଅନେକ ଲୋକ କିଛି ଭିନ୍ନ କରିବାକୁ ଯାଇ ଅସୁବିଧାରେ ପଡିଥାନ୍ତି । ଆଉ ମଧ୍ୟ ମଜାକ୍ ମଜାକରେ କରୁଥିବା ପ୍ରୟାସ ତାଙ୍କର ବଡ ବିପଦ ହୋଇଥାଏ । ଏଭଳି ଏକ ଘଟଣା ନିକଟରେ ବ୍ରିଟେନରେ ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତିଙ୍କର ଅଜବ କାଣ୍ଡ ମହଙ୍ଗା ସାବ୍ୟସ୍ତ ହୋଇଛି । ଜଣେ ବ୍ୟକ୍ତି ମଜାକ୍ କରିବା ପାଇଁ ମାଇକ୍ରୋୱେଭରେ ପ୍ରଥମେ ସିମେଣ୍ଟ ଭର୍ତ୍ତି କରିଥିଲେ । ପରେ ସେଥିରେ ଭର୍ତ୍ତି କରିଥିଲେ ନିଜ ମୁଣ୍ଡ । ଯେତେବେଳେ ସିମେଣ୍ଟ ଶୁଖିବା ଆରମ୍ଭ ହୋଇଥିଲା ସେତେବେଳେ ଆରମ୍ଭ ହୋଇଯାଇଥିଲା ଅସୁବିଧା । ଏହି ଭିଡିଓ ଏବେ ସୋସିାଲ୍ ମିଡିଆରେ ଭାଇରାଲ୍ ସାଜିଛି ।

ସୂଚନା ଅନୁସାରେ , ବ୍ରିଟେନର ଏହି ୨୨ ବର୍ଷିୟ ଯୁବକ ଜୟ. ସ୍ୱିଙ୍ଗଲର ୟୁଟ୍ୱିବରେ ନିୟମିତ ଭିନ୍ନଭିନ୍ନ ଭିଡିଓ ଅପଲୋଡ୍ କରିଥାନ୍ତି । କିଛି ନୂଆ କରି ଦେଖାଇବା ପାଇଁ ସେ ନିଜ ମାଇକ୍ରୋୱେଭରେ ପ୍ରଥମେ ସିମେଣ୍ଟ ଭର୍ତ୍ତି କରିଥିଲେ ଓ ପରେ ପଲିଥିନରେ ନିଜ ମୁଣ୍ଡକୁ ଘୋଡାଇ ତା’ ଭିତରେ ଭର୍ତ୍ତି କରାଇଥିଲେ । ନିଶ୍ୱାସ ନେବା ପାଇଁ ଏକ ପାଇପର ବ୍ୟବହାର ମଧ୍ୟ କରିଥିଲେ । ତାଙ୍କର ଜଣେ ବନ୍ଧୁ ଡ୍ରାୟର ସାହାଯ୍ୟରେ ସିମେଣ୍ଟକୁ ଶୁଖାଇଥିଲେ । ହେଲେ ସିମେଣ୍ଟ ଶୁଖିବା ଆରମ୍ଭ ପରେ ସ୍ୱିଙ୍ଗଲରଙ୍କର ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହା ଜାଣିପାରି ତାଙ୍କ ବନ୍ଧୁୁ ଜଣଙ୍କ ତୁରନ୍ତ ପୋଲିସ୍ ଓ ଦମକଳ ବିଭାଗକୁ ଡକାଇଥିଲେ । ଦୀର୍ଘ ୧ଘଣ୍ଟା ଧରି ପରଶ୍ରମ କରିବା ପରେ ସ୍ୱିଙ୍ଗଲରଙ୍କ ମୁଣ୍ଡକୁ ମାଇକ୍ରୋୱେଭରୁ ବାହାରକୁ କଢାଯାଇଥିଲା । ଏହି ଫଟୋ ଏବେ ସୋସିଆଲ୍ ମିଡିଆରେ ବଡ ଭାଇରାଲ୍ ହୋଇଥିଲା ବେଳେ ଲୋକେ ଏହାକୁ ନାପସନ୍ଦ କରିଛନ୍ତି ।

(ସୌଜନ୍ୟ- ଇଣ୍ଡିପେଣ୍ଡେଂଟ )