ଜଗାକୁ ଛୁଇଁବା ମନା ନାହିଁ ! ଶବ୍ଦର ଖେଳରେ ସ୍ପର୍ଷ ବିବାଦର ସମାଧାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

48

କନକ ବ୍ୟୁରୋ : ରଥଯାତ୍ରା ସମୟରେ ଶ୍ରୀଜିଉଙ୍କୁ ସ୍ପର୍ଷ ବିବାଦରେ ବଦଳିଗଲା ସେବାୟତଙ୍କ ସଜ୍ଞା । ଅଧିକୃତ ସେବାୟତ ଶ୍ରୀ ଜିଉଙ୍କୁ ସ୍ପର୍ଷ କରିବା ନେଇ ଶ୍ରୀ ମନ୍ଦିର ପ୍ରଶାସନ ଆଣିଲା ନୂଆ ନିୟମ । ନିଷ୍ପତି ହେଲା ସବୁ ସେବାୟତ ଅଧିକୃତ । ଏହାସହ ସବୁ ସେବାୟତ ଶ୍ରୀଜିଉଙ୍କୁ ସ୍ପର୍ଷ କରିବାର ଅଧିକାର ଦେଇଦେଲା ପ୍ରାଶାସନ ।

ଶ୍ରୀଜିଉଙ୍କର ବିଭିନ୍ନ ସେବା ପାଇଁ ଭିନ୍ନ ଭିନ୍ନ ସେବାୟତ ରହିଛନ୍ତି । ରଥଯାତ୍ରା ସମୟରେ ପହଣ୍ଡି ଠାରୁ ଛେରାପହଁରା ଯାଏଁ ଭିନ୍ନ ଭିନ୍ନ ସେବାୟତଙ୍କୁ ଦିଆ ଯାଇଥାଏ ବିଭନ୍ନ ଦାୟିତ୍ୱ । କିନ୍ତୁ କିଏ ଛୁଇଁ ଜଗନ୍ନାଥଙ୍କୁ ? କିଏ କରିବ ପହଣ୍ଡି? ଏକ୍ଷେତ୍ରରେ ଶଙ୍କରାଚାର୍ଯ୍ୟ କହିଥିଲେ ଅଧିକୃତ ସେବାୟତ ଅର୍ଥାତ ଯିଏ ଶ୍ରୀଜିଉଙ୍କୁ ସ୍ପର୍ଷ କରିବାର ଅଧିକାର ରଖନ୍ତି ସେମାନେ ପହଣ୍ଡି କରିବେ । କିନ୍ତୁ କାଗଜପତ୍ର ଓ ଅଧିକୃତ ଶବ୍ଦର ନୂଆ ଅର୍ଥ ବାହାର କରି ପ୍ରଶାସନ କହିଲା ସବୁ ସେବାୟତ ଅଧିକୃତ ।

୨୦ ଜୁଲାଇ ୨୦୧୩ । ଓଡିଶୀ ନୃତ୍ୟ ଶିଳ୍ପୀ ଇଲିଆନା ସୀତାରିଷ୍ଟ ରଥ ଉପରେ ଚଢିବା ପରେ ସାମ୍ନାକୁ ଆସିଥିଲା ଶ୍ରୀଜିଉଙ୍କୁ ସ୍ପର୍ଶ ବିବାଦ । ଆC ୨୦୧୪ ମସିହା ରଥ ଯାତ୍ରା ପୂର୍ବରୁ ଶଙ୍କରାଚାର୍ଯ୍ୟ କହିଲେ ଶ୍ରୀଜିଉଙ୍କୁ ଛୁଇଁ ପାରିବେ ନାହିଁ ଭକ୍ତ । କେବଳ ଅଧିକୃତ ସେବାୟତଙ୍କର ଏ ଅଧିକାର ରହିଛି । ମାମଲା ପହଁଚିଲା ହାଇକୋର୍ଟରେ । ଆଉ କୋର୍ଟ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ପରେ ମୋହର ମାରିଲେ । କିନ୍ତୁ ଦ୍ୱନ୍ଦ ଉପୁଜିଲା କେଉଁ ସେବାୟତ ଅଧିକୃତ ? ଏମିତିକି ଗତ ବର୍ଷ ରଥଯାତ୍ରା ସମୟରେ ସେବାୟତ ନିଜ ପରିବାର ଲୋକଙ୍କୁ ନେଇ ରଥ ଚଢିବାରୁ ଦେଖାଦେଲା ବିବାଦ । ଆଉ ଏବେ ଅଧିକୃତ ର ସଜ୍ଞା ଖୋଜିଛି ପ୍ରଶାସନ ।

ସେପଟେ ଅଧିକୃତଙ୍କ ପରିଧିରେ ସେବାୟତଙ୍କ ପରିବାର ସଦସ୍ୟ ରହିବେ କି ନାହିଁ ସେନେଇ ଆସନ୍ତା ୧୩ ତାରିଖରେ ଶୁଣାଣି କରିବ ପ୍ରଶାସନ ।