SCO ସମ୍ମିଳନୀରେ ଯୋଗ ଦେବାପାଇଁ କିର୍ଗିସ୍ତାନ ଅଭିମୁଖେ ବାହାରିଲେ ମୋଦି : ପାକିସ୍ତାନ ଆକାଶପଥ ନୁହେଁ ଓମାନ ରାସ୍ତାରେ ବିଶକେକ ପହଞ୍ଚିବେ ପ୍ରଧାନମନ୍ତ୍ରୀ

120

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗ ଦେବାକୁ କିର୍ଗିସ୍ତାନ ଗସ୍ତ କରିଛନ୍ତି । କିର୍ଗିସ୍ତାନ ବିଶକେକରେ ଆଜିଠୁ ଆରମ୍ଭ ହେଉଛି ଏସସିଓ ସମ୍ମିଳନୀ । ଆଜି ସକାଳୁ କିର୍ଗିସ୍ତାନ ଅଭିମୁଖେ ଯାତ୍ରା କରିଛନ୍ତି ମୋଦି । ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପ୍ରଥମ ଥର ପାଇଁ ଯୋଗ ଦେଉଛନ୍ତି । ସେହିପରି ସମ୍ମିଳନୀରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗଦେବେ ।

ସମ୍ମିଳନୀ ମାଧ୍ୟମରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ସାଧାରଣ ନିର୍ବାଚନ ୨୦୧୯ରେ ବିଜେପିକୁ ବଡ଼ ବିଜୟ ମିଳିବା ପରେ ଉଭୟ ନେତାଙ୍କ ମଧ୍ୟରେ ଏହା ହେବ ପ୍ରଥମ ବୈଠକ । ତେବେ ମୋଦିଙ୍କ ବିମାନ ପାକିସ୍ତାନ ଆକାଶ ନେଇ କିର୍ଗିସ୍ତାନ ଯାଇ ନାହିଁ । ମୁମ୍ବାଇଠାରୁ ଓମାନ ରାସ୍ତାରେ ବିଶକେକରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

କିର୍ଗିସ୍ତାନ ରାଜଦୂତ କହିଛନ୍ତି, ଭାରତ ଓ କର୍ଗିସ୍ତାନର ସମ୍ପର୍କ ଐତିହାସିକ । ଉଭୟ ଦେଶ ମଧ୍ୟରେ ଦୀର୍ଘ ସମୟ ଧରି ସୁମ୍ପର୍କ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ରେ ମଧ୍ୟ କିର୍ଗିସ୍ତାନ ଗସ୍ତ କରିଥିଲେ । ଆଉ ଏବେ ୪ ବର୍ଷ ପରେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିର୍ଗିସ୍ତାନ ଗସ୍ତ କରିଛନ୍ତି । ସୂଚନାଯୋଗ୍ୟ ୧୦ ଦିନ ପୂର୍ବରୁ କିର୍ଗିସ୍ତାନ ରାଷ୍ଟ୍ରପତି ଜୀନବେକୋବ ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେଇଥିଲେ ।