ହୃଦରୋଗର ଆଶଙ୍କାକୁ ଜାଣିବା ପାଇଁ ଆସିଲା ନୂଆ ଡିଭାଇସ୍ : ହୃଦୟ ରୋଗର ଅନୁମାନ ଲଗାଇପାରିବ ‘ହେଲଥ୍ କାଲକ୍ୟୁଲେଟର୍’

38

ବୈଜ୍ଞାନିକମାନେ ହୃଦୟ ରୋଗର ଆଶଙ୍କାକୁ ଜାଣିବା ପାଇଁ ନୂଆ ଅନଲାଇନ୍ ‘ହେଲଥ କାଲକ୍ୟୁଲେଟର୍’ ର ବିକାଶ କରିଛନ୍ତି । ଏହି କାଲକ୍ୟୁଲେଟର ସାହାଯ୍ୟରେ ଜଣାପଡିବ ଯେ, କୈାଣସି ବ୍ୟକ୍ତି କେତେବେଳେ ହୃଦରୋଗର ପରିସରକୁ ଆସିବ ? କାନାଡାର ଓଟାୱା ହସପିଟାଲର ବରିଷ୍ଠ ବୈଜ୍ଞାନିକ ଡି ମାନୁଅଲ କହିଛନ୍ତି କି, ହୃଦରୋଗର ସମ୍ଭାବନା ଜଣାଉଥିବା ଏହି କାଲକ୍ୟୁଲେଟର ସୁସ୍ଥ ଲୋକଙ୍କ ଉପରେ ଥିବା ବିପଦକୁ ମଧ୍ୟ ଜାଣିପାରିବ । ଏହାର ସହାୟତାରେ ଆସନ୍ତା ୫ ବର୍ଷରେ ହୃଦୟ ରୋଗ ପାଇଁ ହସପିଟାଲରେ ଭର୍ତ୍ତି ହେବା ବା ମୃତ୍ୟୁର ବିପଦର ଅନୁମାନ ଲଗାଯାଇପାରିବ ।

କାର୍ଡିଓଭାସ୍କୁଲାର ଡିଜିଜ୍ ପାପୁଲେସନ୍ ରିସ୍କ ଟୁଲ୍ ନାମକ ଏହି କାଲକ୍ୟୁଲେଟର୍ ହୃଦୟର ବୟସ ବି ଜଣାଇପାରିବ । ଏହା ଦ୍ୱାରା ହୃଦୟ ବିଷୟରେ ସହଜରେ ଜଣାପଡିବ । କାନାଡାର ଗବେଷକଙ୍କ ଅନୁସାରେ, ବିପଦ ଆଶଙ୍କା ଜାଣିବାର ଅନ୍ୟ ଡିଭାଇସ୍ ମୁକାବିଲାରେ ସିବିଡିପିଆରଟି କେତେକ ଦିଗ ପ୍ରତି ନଜର ପକାଏ । ଏଥିରେ ବାୟୁ ପ୍ରଦୂଷଣ ବ୍ୟତୀତ ଜୀବନଶୈଳୀ ସହିତ ଜଡିତ ସମସ୍ତ ଅଭ୍ୟାସ, ଧୂମପାନ, ମଦ ସେବନ ଓ ଖାଦ୍ୟପାନୀୟ ଉପରେ ଲକ୍ଷ୍ୟ କରାଯାଏ ।

ବୈଜ୍ଞାନିକଙ୍କ କହିବାନୁସାରେ ଦୁଗ୍ଧ ଜାତୀୟ ପଦାର୍ଥ ଯଥା ଫ୍ୟାଟରେ ଭରପୁର କ୍ଷୀର, ପନିର ଓ ଘିଅର ସେବନ ଦ୍ୱାରା ହୃଦୟ ରୋଗର ଆଶଙ୍କା ବଢ଼େନି । ଡାଏରୀ ଫ୍ୟାଟ ର ଏହି ରୋଗ ଓ ଅସମୟ ମୃତ୍ୟୁ ଭିତରେ କିଛି ସମ୍ବନ୍ଧ ମିଳିନି ।