ମେଡିକାଲ ଛାତ୍ରୀଙ୍କୁ ରାଗିଂ ମାମଲାର ରଫାଦଫା ପାଇଁ ଉଦ୍ୟମ : ସନ୍ଦେହ ଘେରରେ ଏସସିବି କର୍ତୃପକ୍ଷଙ୍କ ଭୂମିକା

24

କନକ ବ୍ୟୁରୋ : ଏସିସିବିରେ ଡାକ୍ତରୀ ଛାତ୍ରୀଙ୍କୁ ରାଗିଂ ମାମଲା ଏବେ ଭିନ୍ନ ମୋଡ ନେଇଛି । ଏହି ଘଟଣାର ଆପୋଷ ସମାଧାନ ହୋଇଥିବା ନେଇ ଆଶ୍ଚର୍ଯ୍ୟଜନକ ଭାବେ ଏସସିବି କର୍ତୃପକ୍ଷ ଦାବି କରୁଛନ୍ତି । କିନ୍ତୁ ରାଗିଂ ଶିକାର ହୋଇଥିବା ଛାତ୍ରୀ ଜଣକ ବୁଝାମଣା ହୋଇଥିବା ନେଇ କୌଣସି ସୂଚନା ଦେଇନାହାନ୍ତି ।

ଛାତ୍ରୀ ଜଣଙ୍କୁ ଏସସିବି ମେଡିକାଲ କଲେଜ ପରିସରରେ ୪ ଜଣ ଡାକ୍ତରୀ ଛାତ୍ର ଅଶାଳୀନ ବ୍ୟବହାର କରିବା ସହ ଅଶ୍ଳୀଳ ଇଂଗିତ ମଧ୍ୟ କରିଥିଲେ । ଆଉ ଏହାର ପ୍ରତିବାଦ କରି ଛାତ୍ରୀ ଜଣକ ଥାନାର ଆଶ୍ରୟ ନେଇଥିଲେ । ତେବେ ଏସସିବି କର୍ତୃପକ୍ଷ କେଉଁ ପରିସ୍ଥିତିରେ ଘଟଣାର ଆପୋଷ ସମାଧାନ ହୋଇଛି ବୋଲି କହୁଛନ୍ତି ତାହା ଏବେ ସନ୍ଦେହ ଘେରରେ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :