ଜେଟ୍ ବିମାନରେ ବାଜ ପକ୍ଷୀ ! ସାଉଦୀ ଯୁବରାଜଙ୍କ ଅଜବ ସଉକ୍

125

ସାମ୍ନାକୁ ଆସିଛି ସାଉଦୀ ଯୁବରାଜଙ୍କ ଅଜବ ସଉକ୍ । ଜେଟ୍ ବିମାନର ୮୦ଟି ସିଟ୍ ନିଜ ବାଜ ପକ୍ଷୀମାନଙ୍କ ପାଇଁ ରିଜର୍ଭ କରିଛନ୍ତି ସାଉଦୀର ପ୍ରିନ୍ସ । ସୋସିଆଲ୍ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯେଉଁଥିରେ ଦେଖିବାକୁ ମିଳିଛି ଏହି ପକ୍ଷୀ ଗୁଡିକ ଅନ୍ୟ ଯାତ୍ରୀ ମାନଙ୍କ ଗହଣରେ ଫ୍ଲାଇଟରେ ଯାତ୍ରା କରୁଛନ୍ତି ।

ତେବେ ଏହି ଫଟୋ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ବ୍ୟକ୍ତି ଏହି ଫଟୋ ଗୁଡିକ ସେୟାର୍ କରିବା ସହ ଲେଖଥିଲେ ‘ମୋର ଜଣେ କ୍ୟାପଟେନ୍ ସାଙ୍ଗ ଏହି ଫଟୋ ମତେ ପଠାଇଛନ୍ତି ଏବଂ କହିଛନ୍ତି ସାଉଦୀର ଯୁବରାଜ ନିଜ ବାଜ ପକ୍ଷୀ ମାନଙ୍କ ପାଇଁ ପ୍ଳେନର ୮୦ ସିଟ୍ ବୁକ୍ କରିଛନ୍ତି’ ।

ତଥ୍ୟ ଅନୁସାରେ, ୟୁଏଇର ଜାତୀୟ ପକ୍ଷୀ ହେଉଛି ଏହି ବାଜ ପକ୍ଷୀ । ତେଣୁ ଏହି ପକ୍ଷୀ ମାନଙ୍କ ପାଇଁ ବିଶେଷ ପାସପୋର୍ଟ ଜାରି କରିଛନ୍ତି ସରକାର । ଯାହାଦ୍ୱାରା ଏମାନେ ବହରୀନ୍, କୁବେତ୍ , ଓମାନ୍, କତାର, ସାଉଦ ଆରବିଆ, ପାକିସ୍ତାନ୍ ଓ ସିରିୟା ଭଳି ଦେଶକୁ ଫ୍ଲାଇଟରେ ଯାଇ ପାରିବେ ।

କତର ଏୟାରୱେଜର ୱେବସାଇଟ ଅନୁସାରେ ଇକୋନୋମି କ୍ଲାସରେ ସର୍ବାଧିକ ୬ଟି ପକ୍ଷୀ ଯାଇ ପାରିବେ । ଆଉ ଏପରି ମାମଲାରେ ପ୍ରତ୍ୟେକ ପକ୍ଷୀ ପାଇଁ ଅଲଗା ଅଲଗା ସିଟ୍ ଯୋଗାଇ ଦେବା ବାଧ୍ୟତାମୂଳକ ।