ସରାହା ଆପ ବ୍ୟବହାରକାରୀ ସାବଧାନ ! ସମସ୍ତ କଣ୍ଟାକ୍ଟ ତାଲିକାକୁ ସର୍ଭରକୁ ପଠାଉଛି ଆପ୍, ପ୍ରତିଷ୍ଠାତା ବଖାଣିଲେ ଏହାର କାରଣ

29

‘ସରାହା’ ଆପ୍ ଅତି ଖୁବ ଅଳ୍ପ ଦିନରେ ବେଶ୍ ଲୋକପ୍ରିୟତା ହାସଲ କରିପାରିଛି । ତେବେ ଏହି ଆପ ଯେତେ ଲୋକପ୍ରିୟ ହେଲେ ମଧ୍ୟ ଏଥିରେ ଅଧିକ ବିପଦ ଥିବାର ଖବର ଆସୁଛି । ‘ସରାହା’ ଏପରି ଏକ ଆପ୍ ଯାହା ଜରିଆରେ ସେଣ୍ଡରର ପରିଚୟ ବିନା ହିଁ ବ୍ୟବହାରକାରୀଙ୍କୁ ମେସେଜ କରାଯାଇ ପାରିବ । ସମସ୍ତେ ଜାଣନ୍ତି କୌଣସି ବି ଆପକୁ ନିଜ ସ୍ମାର୍ଟଫୋନରେ ଅପଲୋଡ଼ କଲେ, ତାହା କିଛି ଅନୁମତି ଦାବି କରେ । ସରାହା ଆପ୍ ମଧ୍ୟ ଡାଉନଲୋଡ଼ ସମୟରେ ଏପରି କିଛି ଅନୁମତି ଦାବିକରେ ।

ସାଧାରଣତଃ ଆପ ଗୁଡ଼ିିକୁ ଇନଷ୍ଟୋଲ କରିବା ସମୟରେ ଏପରି ଅନୁମତି ମାଗନ୍ତି, ଯାହା ଜରୁରୀ ଥାଏ । କିନ୍ତୁ ଯଦି କୌଣସିି ଆପ୍ ଆପଣଙ୍କୁ ଏପରି କିଛି ଅନୁମତି ମାଗୁଛି ଯାହା ଉକ୍ତ ଆପ ପାଇଁ ଦରକାରୀ ନୁହେଁ, ତେବ ଆପଣ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ସରାହା ଇନଷ୍ଟୋଲ କରିବା ସମୟରେ ଆପଣଙ୍କୁ ପୁରା କଂଟାକ୍ଟ ତାଲିକା ମଗାଯାଏ । କିନ୍ତୁ ପ୍ରଶ୍ନ ଉଠୁଛି ଯଦି ସରାହା ଆପଙ୍କୁ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟ ଦରକାର ନାହିିଁ, ତବେ ଇନଷ୍ଟୋଲ ସମୟରେ ଏପରି ଅନୁମତି ମାଗେ କାହିଁକି ?

ରିପୋର୍ଟ ଅନୁସାରେ ସିନିୟର ସିକ୍ୟରିଟି ଆନାଲିଷ୍ଟ ଜ୍ୟାକରୀ ଜୁୁନିୟନ କହିଛନ୍ତି, ସରାହା ଆପ୍ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ କଂଟାକ୍ଟ ତାଲିକାକୁ ସର୍ଭର ପଠାଉଛି । ସେ ଏହି ଆପକୁ ନିଜର ଗ୍ୟାଲେକ୍ସି ଏସ୫ ରେ ଇନଷ୍ଟୋଲ କରିଥିଲେ, ଯେଉଁ ସ୍ମାର୍ଟଫୋନରେ ଆଣ୍ଡ୍ରଏଡ଼ର ପୁରୁଣା ଭର୍ସନ ୫.୧୧ ରହିଛି । ତା’ପରେ ଫୋନରେ ସେ ବିୟୁଆରପି ସୁଟ୍ ନାମ ଏକ ଟୁଲ ଦ୍ୱାରା ଆନାଲାଇଜ କରିଥିଲେ । ଏହି ଟୁଲ ପତ୍ତା ଲଗାଇଥାଏ କି ଫୋନର ମାଲିକର ଡାଟା କେଉଁଠାକୁ ପଠାଯାଉଛି ।

ଏହି ସପ୍ଟୱେରକୁ ଚଳାଇବା ପରେ ଯେତେବଳେ ଜୁୁନିୟନ ସରାହା ଆପକୁ ଖୋଲିଥିଲେ, ସେତେବେଳ ଏହା ମାଧ୍ୟମରେ ଜଣାପଡ଼ିଲା, ସରାହା ଦ୍ୱାରା ସଂଗ୍ରହ କରାଯାଇଥିବା ତଥ୍ୟ ସର୍ଭରରେ ଅପଲୋଡ଼ କରାଯାଉଛି । ସେ କହିଛନ୍ତି ଯେମିତି ହିଁ ଆପଣ ଏହି ଆପ୍ ଲଗ ଇନ କରୁଛନ୍ତି ଏହା ଆପଣଙ୍କ ଆଣ୍ଡ୍ରଏଡ଼ ସ୍ମାର୍ଟଫୋନରେ ଗଚ୍ଛିତ ଡାଟା ଯେପରି ଇମେଲ ଓ ଫୋନର କଂଟାକ୍ଟ ତାଲିକାକୁ ପଠାଇଦିଏ । ଏହା ବ୍ୟତୀତ ନୂତନ ଭର୍ସନ ଆଣ୍ଡ୍ରଏଡ଼ ଓ ଆଇଓଏସ୍ ରେ ମଧ୍ୟ ସେ ଟେଷ୍ଟ କରି ଏହି ଅସୁବିଧା ଦେଖିଥିଲେ ।

ଆପ୍ ଅନୁମତିରେ ଏମିତି ଅସୁବିଧାର ଏକ ବଡ଼ ଉଦାହରଣ ହେଲା ଉବର ଆପ୍ । କମ୍ପାନୀ ବିଗତ ବର୍ଷ ଏହି ଆପର ଅପଡ଼େଟ୍ ଜାରି କରିଥିଲା । ସେହି ସମୟରେ ଠିକ ସରାହା ପରି ଉବର ଆପ୍ ଏପରି କିଛି ଅଜବ ଅଜବ ଅନୁମତି ନେଉଥିଲା, ଯାହା ଖୁବ ଆଶ୍ଚର୍ଯ୍ୟକର ଥିଲା । କାରଣ ଉବର ଏପରି ଅପ୍ସନ ରଖିଥିଲା ଯାହାଦ୍ୱାରା ଯଦି ଗ୍ରାହକ ଉବର ବ୍ୟବହାର କରୁଛନ୍ତି, ତେବେ ଏପରି କରିବା ଦ୍ୱାରା ଲୋକେସନ ଟ୍ରାକ ହୋଇପାରିବ ।

ଏହି ରିପୋର୍ଟ ପରେ ସରାହା ଆପର ପ୍ରତିଷ୍ଠାତା ଜନ-ଅଲ ଆବିଦୀନଙ୍କର ପ୍ରତିକ୍ରିୟା ମଧ୍ୟ ଆସିଥିଲା । ସେ କହିଛନ୍ତି, ଗ୍ରାହକଙ୍କ କଣ୍ଟାକ୍ଟ ତାଲିକାକୁ ଆଗାମୀ ସମୟରେ ହଟାଇ ଦିଆଯିବ । ଆଗାମୀ ସମୟରେ ଫାଉଣ୍ଡ ଓ ପ୍ରେଣ୍ଡସ ନାମ ଫିିଚର ଲଂଚ କରାଯିବ ଏବଂ ଏଥିପାଇଁ ହିଁ କଣ୍ଟାକ୍ଟ ଅନୁମତି ନିଆଯାଇଥିଲା । ଆବିଦୀନ କହିଛନ୍ତି, ଯେଉଁ ସହଯୋଗୀ ସହ ସେ କାମ କରୁଥିଲେ ଏବେ ସେ ତାଙ୍କ ସହ ଆଉ କାମ କରୁନାହାନ୍ତି । ସେ ହିଁ ଏହି ଫିଚର ହଟାଇବାର ଥିଲା କିନ୍ତୁ ଭୁଲରେ ଏପରି ହୋଇପାରିଲା ନାହିଁ । ଏବେ ଏହି ଫିଚରକୁ ହଟାଇ ନିଆଯାଇଛି ବୋଲି ଆବିଦୀନ ସ୍ପଷ୍ଟ କରିଛନ୍ତି  ।ସରାହା ଡାଟାବେସରେ ଆଉ କିଛି କଂଟାକ୍ଟ ତାଲିକା ନାହିଁ ।

ତେବେ ଆପଣଙ୍କୁ ଏଇଠି କହିରଖୁଛୁ, ଆପ ଷ୍ଟୋର କିମ୍ବା ଗୁଗୁଲ ପ୍ଲେ ଷ୍ଟୋରରେ ପ୍ରାୟ ଆପ୍ ଇନଷ୍ଟୋଲ କରିବା ସମୟରେ ଗ୍ରାହକଙ୍କ ଠାରୁ ଏପରି ଅନୁମତି ମାଗନ୍ତି ଯାହାର ଦରକାର ସେହି ଆପକୁ ନଥାଏ । କିନ୍ତୁ ସେତେବେଳ ଯଦି ଆପଣ ପ୍ରଶ୍ନ କରନ୍ତି, ଏପରି ଅନୁମତି କାହିଁକି ନିଆଯାଉଛି, ତେବେ ସେମାନେ ଉତ୍ତରରେ କୁହନ୍ତି, ଆପଣଙ୍କ ଚାହିଁଲେ ଅନୁମତି ଦଅନ୍ତୁ । ଏଥିପାଇଁ କିଛି ବାଧ୍ୟବାଧକତା ନଥାଏ । ତେବେ କିଛି ସ୍ୱତନ୍ତ୍ର ଆପଣ ବିନା ଅନୁମତିରେ ସେପରି କିଛି କାମ କରନ୍ତି ନାହିଁ, ଏଥିପାଇଁ ଇନଷ୍ଟୋଲ ସମୟରେ କିଛି ଏପରି ଅନୁମତି ଦେବାକୁ ପଡ଼େ ।

ଏହି ଖବର ପରେ ଜୈନ-ଅଲ ଆବିଦୀନ ଆଲୋଚନା କରି କହିଥିଲେ, ଆଗକୁ ଥିବା ଅପଡ଼େଟରେ କଣ୍ଟାକ୍ଟ ତାଲିକା ଆଉ ମଗାଯିବ ନାହିିଁ । ଆମେ ଏହି ମାମଲାରେ ସାଇବର ସିକ୍ୟୁରିଟି ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛୁ, ଯଦ୍ୱାରା ଗ୍ରାହକଙ୍କୁ କୌଣସି ଅସୁବିଧା ହେବ ନାହିଁ । କିନ୍ତୁ ତାଙ୍କ କଥାରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ଦେଖିବା ପାଇଁ ମିଳିବ ।