ଅଲେଖ ଧର୍ମର ପ୍ରଚାରକ ସନ୍ଥକବି ଭୀମଭୋଇଙ୍କର ଆଜି ୧୬୭ତମ ଜନ୍ମବାର୍ଷିକୀ !

251

ମହିମା ବା ଅଲେଖ ଧର୍ମର ପ୍ରଚାରକ ସନ୍ଥକବି ଭୀମଭୋଇଙ୍କର ଆଜି ୧୬୭ତମ ଜନ୍ମବାର୍ଷିକୀ । ଏକ ସମୟ ଥିଲା ଭୀମ ଭୋଇ ଓଡିଆ ସାହିତ୍ୟ ଓ ଧାର୍ମିକ-ସାମଜିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥିଲେ । ଭୀମ ଭୋଇ ଜଣେ ଓଡ଼ିଆ କବି ଓ ମହିମା ଧର୍ମର ପ୍ରଚାରକ ଥିଲେ । ସେ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ ଜନ୍ମ ଗ୍ରହଣ କରିଥିଲେ । ଭୀମ ଭୋଇ ଜଣେ ସନ୍ଥ-କବି ଭାବରେ ପରିଚିତ ଥିଲେ । ତାଙ୍କର ରଚନା ସବୁରେ ମାନବ ଧର୍ମ, ଦର୍ଶନ ଓ ଜୀବନ ଓ କାମ କରିବାର ଧାରାକୁ ଖୁବ ସରଳ ଓ ସାବଲୀଳ ଭାବରେ ବର୍ଣ୍ଣନା କରାଯାଇଅଛି ।

ଭୀମ ଭୋଇ କନ୍ଧ ସମ୍ପ୍ରଦାୟର ଏକ ପରିବାରରେ ସେ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟାରେ (ଆଗରୁ ରେଢ଼ାଖୋଲ, ସମ୍ବଲପୁର) ଜନ୍ମଗ୍ରହଣ କରିଥିଲେ । ବସନ୍ତ ରୋଗରେ ପୀଡିତହୋଇ ସେ ବାଲ୍ୟାବସ୍ଥାରେ ନିଜର ଦୃଷ୍ଟିଶକ୍ତି ହରାଇଥିଲେ । ସମ୍ପୂର୍ଣ୍ଣ ନିରକ୍ଷର ଥିବା ଯୋଗୁଁ ଅନ୍ୟାନ୍ୟ କବିମାନଙ୍କ ରଚନା ତାଙ୍କୁ ପ୍ରଭାବିତ କରିପାରିନଥିଲା । ସେ ନିଜର ସହଜାତ ପ୍ରତିଭା ବଳରେ ହିଁ ଏକ ସ୍ଵତନ୍ତ୍ର ଶୈଳୀରେ ସମଗ୍ର କବିତାବଳୀ ରଚନା କରିଛନ୍ତି । ସେ ସମୟରେ ଅନ୍ୟାନ୍ୟ କବିମାନଙ୍କ ଦ୍ଵାରା ତରୁଣ ତରୁଣୀଙ୍କ ପ୍ରଣୟ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧଚର୍ଚ୍ଚା ଇତ୍ୟାଦି ବିଷୟରେ କବିତାମାନ ରଚିତ ହୋଇଥିବା ବେଳେ ଭୀମ ଭୋଇଙ୍କ ରଚନା ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିଥିଲା ।