ଆପଣଙ୍କ ସ୍ମାର୍ଟଫୋନ୍ ସ୍କ୍ରୀନରେ ସ୍କ୍ରାଚ୍ ପଡିଯାଇଛି କି ? ଆଣ୍ଟି-ଫିଙ୍ଗରପ୍ରିଣ୍ଟ କମ୍ପାଉଣ୍ଡ ମାଧ୍ୟମରେ ଫୋନକୁ କରନ୍ତୁ ନୂଆ । ।

22

ସ୍ମାର୍ଟଫୋନର ସବୁଠାରୁ ବଡ ସମସ୍ୟା ହେଲା ସ୍କ୍ରୀନରେ ସ୍କ୍ରାଚ୍ ପଡିଗଲେ ଏହାକୁ କିଭଳି ଭାବେ ପୂର୍ବ ଭଳି ନୂଆ କରିବାକୁ ହେବ ଏହାର ସମସ୍ୟା ଲାଗିରହିଥାଏ । କିନ୍ତୁ ବର୍ତ୍ତମାନ ଆପଣଙ୍କ ଏହି ସମସ୍ୟାରେ ବିରତି ଲାଗିବାକୁ ଯାଉଛି । ତେବେ ଏହି ସମସ୍ୟାର ସମାଧାନ ଖୁବଶୀଘ୍ର ସମ୍ଭବ ହେବାକୁ ଯାଉଛି । ପ୍ରକୃତ କଥା ହେଉଛି,ସାମସଙ୍ଗ କମ୍ପାନୀ ଆଣ୍ଟି-ଫିଙ୍ଗରପ୍ରିଣ୍ଟ କମ୍ପାଉଣ୍ଡ ପେଟେଣ୍ଟ ଫାଇଲ୍ କରିଛି । ଏହି ପେଟେଣ୍ଟ ଆପକୁ ୱାର୍ଲ୍ଡ ଇଣ୍ଟେଲେକଚ ଅଲ୍ ପ୍ରୋପର୍ଟି ଅର୍ଗାନାଇଜେସନ୍ ତରଫରୁ ପବ୍ଲିସ୍ କରାଯାଇଛି । ଏଥିରେ ସିନେମା,ଲେମିନେଟ୍ ଏବଂ ଡିଭାଇସ୍ ପାଇଁ ସେଲ୍ଫ-ହିଲିଙ୍ଗ୍ ଉପଲବ୍ଧ କରାଯାଇଛି ।

ଜାଣନ୍ତୁ ଆଣ୍ଟି-ଫିଙ୍ଗରପ୍ରିଣ୍ଟ କମ୍ପାଉଣ୍ଡରେ କ’ଣ ରହିଛି ଖାସ୍ ?

ଏହା ଏକ ସେଲ୍ଫ-ହିଲିଙ୍ଗ୍ ଓଲିୟୋଫାବିକ୍ କୋଟିଙ୍ଗ୍ ରହିବା ସଙ୍ଗେ ସଙ୍ଗେ ଆଣ୍ଟି-ଫିଙ୍ଗରପ୍ରିଣ୍ଟ କମ୍ପୋଜିସନ୍ ମଧ୍ୟ ଅଟେ । ଏଥିରେ କମ୍ପାଉଣ୍ଡସ୍ ଭଳି ପୋଲିରୋଟେକ୍ସ.ପଲିହେଡସ୍ ସିଲିସକ୍ୱିଓକ୍ସନ୍ ଏବଂ ଫ୍ଲୋରିନେଟେଡ୍ (ମେଥ୍) ଏକ୍ରିଲ୍ ମଧ୍ୟ ସାମିଲ୍ ରହିଛି । ତେବେ ଏହି କୋଟିଙ୍ଗକୁ ସାମସଙ୍ଗ ସ୍ମାର୍ଟଫୋନରେ ବ୍ୟବହାର ହେଉଥିବା ଗୋରିଲା ଗ୍ଲାସରେ ଲଗାଯିବ । ତେବେ ଏହା କୋଟିଙ୍ଗ୍ ନୁହଁ ଏହାକୁ ବହୁ ପୂର୍ବରୁ ମୋବାଇଲରେ ବ୍ୟବହାର କରାଯାଉଛି । ତେବେ କମ୍ପାନୀ ଏଥିରେ ନୂଆ ପ୍ରୋପର୍ଟୀ ଯୋଡିଥିବାରୁ ଏହି କମ୍ପାଉଣ୍ଡକୁ ନୂଆ କୁହାଯାଉଛି ।

ତେବେ ଏହା ସ୍କୀନରେ ଆସିଥିବା ସ୍କ୍ରାଚକୁ ରିଜେନେଟ୍ କରୁଥିବା ଖବର ମଧ୍ୟ ଶୁଣିବାକୁ ମିଳିଛି । ବର୍ତ୍ତମାନ ଗ୍ୟାଲେକ୍ସି ନୋଟ ୯ ରେ ଗୋରିଲା ଗ୍ଲାସ ୫ ର ବ୍ୟବହାର କରାଯାଉଛି । ଏହି ଉପାୟରେ ଫୋନର ରିୟର ଏବଂ ବ୍ୟାକତ ପେନଲ୍ ସୁରକ୍ଷିତ ହୋଇଥାଏ ।