ଆଜି ସୁପ୍ରିମ କୋର୍ଟରେ ସାବରିମାଳା ରାୟର ରିଭ୍ୟୁ ପିଟିସନ ଉପରେ ଶୁଣାଣି କରିବେ ପ୍ରଧାନ ବିଚାରପତି

44

କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ସାବରିମାଳା ରାୟ ବିରୋଧରେ ଯେଉଁ ରିଭ୍ୟୁ ପିଟିସନ୍ ଦାଖଲ ହୋଇଥିଲା ତା’ ଉପରେ ଆଜି ନିଷ୍ପତ୍ତି ନେବେ ସୁପ୍ରିମକୋର୍ଟ। ଗତ ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ ସବରିମାଳା ମନ୍ଦିର ପ୍ରସଙ୍ଗରେ ଯେଉଁ ରାୟ ଦେଇଥିଲେ ତାକୁ ବିରୋଧ କରି ସୁପ୍ରିମକୋର୍ଟରେ ୧୯ଟି ରିଭ୍ୟୁ ପିିଟିସନ୍ ଦାଖଲ ହୋଇଛି। ଆଜି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଏହିସବୁ ରିଭ୍ୟୁ ପିଟିସନ୍ ଗୁଡ଼କି ଉପରେ ନିଷ୍ପତ୍ତି ନେବେ। ତେବେ ଶେଷ ପର୍ଯ୍ୟନ୍ତ କେରଳର ସାବରିମାଳା ମନ୍ଦିରରେ ମହିଳା ପ୍ରବେଶ ନେଇ ବିରୋଧ ଜାରି ରହିଥିଲା ।

 

କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଚାଲିଥିଲା । ସେପଟେ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ କୌଣସି ମହିଳାଙ୍କୁ ପ୍ରବେଶ କରିବାକୁ ଦେଇ ନାହାନ୍ତି ବିକ୍ଷୋଭକାରୀ । ସାବରିମାଳା ସଂରକ୍ଷଣ ସମିତି, ବିଶ୍ୱ ହିନ୍ଦୁ ପରିଷଦ ତଥା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ମଂଚ ଏହି ବିରୋଧକୁ ଜାରି ରଖିଛନ୍ତି । ତିନ୍ ତଲାକ୍ ପ୍ରସଙ୍ଗରେ ମୋଦିଙ୍କ ଯାହା ଆଭିମୁଖ୍ୟ ଥିଲା, ତାହା ସାବରିମାଳା ମାମଲାରେ ଦେଖାଯାଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ୟେଚୁରି । ଅନ୍ୟପଟେ ସୁପ୍ରିମକୋର୍ଟ ରାୟର ପୁନର୍ବିଚାର କରିବା ଉଚିତ ବୋଲି ମତ ଦେଇଥିଲେ ସଂଘ ବିଚାରକ ତଥା ଅର୍ଥଶାସ୍ତ୍ରୀ ଏସ ଗୁରୁମୂର୍ତି ।