ପାକିସ୍ତାନଠୁ ବଲିଉଡ୍ ଚୋରୀ କରିଥିଲା ଏହି ସୁପରହିଟ୍ ଗୀତ ! ଜାଣନ୍ତୁ ସମ୍ପୂର୍ଣ୍ଣ ସତ

38

ସୁପରହିଟ୍ ଥିଲା ୧୯୯୧ରେ ଆସିଥିବା ସିନେମା ‘ସାଜନ୍’ । ଆଉ ସିନେମାଠୁ ଅଧିକ ହିଟ୍ ଥିଲା ଏହାର ଗୀତ ଓ ସଙ୍ଗୀତ । ତେବେ ଏହି ମ୍ୟୁଜିକାଲ୍ ହିଟ୍ ସିନେମା ମଧ୍ୟରେ ଗୋଟିଏ ଗୀତ ଥିଲା ‘ବହତ୍ ପ୍ୟାର୍ କରତେ ହୈ ତୁମକୋ ସନମ୍’ ଯାହାର ସ୍ଥାନ ଆଜି ଯାଏଁ କୌଣସି ଗୀତ ନେଇପାରିନାହିଁ । କିନ୍ତୁ କଣ ଆପଣ ଜାଣନ୍ତି ଏହି ଗୀତ ପଛର ସତ । ଅର୍ଥାତ୍ ସିନେମାର ସବୁଠାରୁ ଅଧିକ ପ୍ରଶଂସିତ ହୋଇଥିବା ଏହି ଗୀତ ପ୍ରକୃତରେ ଏକ ଚୋରୀ ଗୀତ ।

୯୦ ଦଶକର ଏହି ସୁପରହିଟ୍ ଗୀତ ଆଉ କୋଉଠୁ ନୁହେଁ ବରଂ ପଡୋଶୀ ଦେଶ ପାକିସ୍ତାନଠାରୁ ଚୋରୀ ହୋଇଛି । ଅସଲ ଗୀତଟି ଥିଲା ‘ବହତ୍ ଖୁବସୁରତ୍ ହୈ ମେରା ସନମ୍, ଖୁଦା ଏସେ ମୁଖଡା ବନାତା ହୈ କମ୍’ । ଆଉ ଏହି ଗୀତଟିକୁ ବୋଲିଥିଲେ ପାକିସ୍ତାନର ପ୍ରସିଦ୍ଧ ଗଜଲ ଗାୟକ ମେହନ୍ଦୀ ହସନ୍ । ତେବେ ଗୀତଟିକୁ ବଲିଉଡରେ କପି କରିବା ବେଳେ ଉର୍ଦ୍ଦୁ ଶବ୍ଦ ଗୁଡିକ ହଟାଯାଇ ହିନ୍ଦି ବ୍ୟବହାର କରାଯାଇଥିଲା । ହେଲେ ଏହାର ସଙ୍ଗୀତରେ କୌଣସି ପରିବର୍ତ୍ତନ କରାଯାଇନଥିଲା ।

ତେବେ ଗୀତର ଭାଗ୍ୟ ଦେଖନ୍ତୁ, ଯେଉଁଠି ‘ସାଜନ୍’ ସିନେମାରେ ଗୀତଟି ସୁପରହିଟ୍ ହୋଇଥିଲା ହେଲେ ସେଠି ମେହନ୍ଦୀ ହସନଙ୍କ ଗୀତକୁ ଖୁବ୍ କମ୍ ଲୋକ ଜାଣିଛନ୍ତି  ।