ରାଉରକେଲାରେ ଧରାପଡିଲା ଛତିଶଗଡ଼ର ଭିଆଇପି ଠକ ! ପ୍ଲେସମେଂଟ ସଂସ୍ଥା ଖୋଲି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା

42

କନକ ବ୍ୟୁରୋ : ସ୍ମାର୍ଟ ସିଟିରେ ସ୍ମାର୍ଟ ଠକ । ଛତିଶଗଡ଼ର ଏଭଳି ଜଣେ ଠକ ଯୁବକଙ୍କୁ ଧରିଛି ରାଉରକେଲା ପୋଲିସ । ମଙ୍ଗେସ ବୈଦ ସାହୁ ନାମକ ଏହି ଯୁବକ ନିଜକୁ ଭାରତ ସରକାରଙ୍କ ସେଂଟ୍ରାଲ ମିନିଷ୍ଟ୍ରିର ସଦସ୍ୟ ବୋଲି ପରିଚୟ ଦେଇ ଲୋକଙ୍କୁ ଠକୁଥିଲା । ରାଉରକେଲାର ଏକ ହୋଟେଲରେ ରହି ଚଳାଇଥିଲା ନିଜର କଳା କାରନାମା । ସ୍ଥାନୀୟ ରିଲାନ୍ସ ଷ୍ଟୋରରେ ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ତଦନ୍ତ ପରିସରକୁ ଆସିବା ପରେ ମଙ୍ଗେସଙ୍କର କଳା କାରନାମାର ଗୁମର ଲାଗିଛି ପୁଲିସ ହାତରେ ।

ମଙ୍ଗେସଙ୍କର କଳା କାରନାମାର ଚେର ବିଦେଶକୁ ଲମ୍ବିଥିବା ଜଣାପଡିଛି । ସେ ରାଉରକେଲାରେ ଏକ ପ୍ଲେସମେଂଟ କାର୍ଯ୍ୟାଳୟ ଖୋଲି ବେକାର ଯୁବକ ଯୁବତୀଙ୍କ ଚାକରି ପ୍ରଲୋଭନ ଦେଖାଇ ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା । ପୋଲିସ ମଙ୍ଗେସ ବୈଦ ଓ ତା ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି । ଏକ ଦାମୀ କାର ମଧ୍ୟ ଜବତ କରିଛି ପୁଲିସ ।