ଇଡି ଚଢ଼ାଉ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ରବର୍ଟ ଭଦ୍ରା । କହିଲେ, ମୁଖ୍ୟ ପ୍ରସଙ୍ଗ ଛାଡି ଜାଣିଶୁଣି ତାଙ୍କ ପଛରେ ପଡିଛନ୍ତି କେନ୍ଦ୍ର ସରକାର

146

କନକ ବ୍ୟୁରୋ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଓ ସିବିଆଇ ରେଡ୍ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଉପା ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ରବର୍ଟ ଭଦ୍ରା । କହିଛନ୍ତି ସେ କୌଣସି ଭୁଲ୍ କରିନାହାଁନ୍ତି । ଇଡି ପଠାଇଥିବା ସବୁ ନୋଟିସର ଜବାବ ଦେଇଛି । ଆହୁରି କହିଛନ୍ତି ସେ ଆଇନରୁ ଉର୍ଦ୍ଧରେ ନୁହେଁ ତେଣୁ ନିୟମ ଅନୁଯାୟୀ ସବୁ ଉତର ଦେବେ । ତେବେ ତାଙ୍କ ଘରେ ଇଡି ଅଧିକାରୀମାନେ ପଶି ମନ୍ଦିର ଭାଙ୍ଗିଥିବା ଅଭିଯୋଗ କରିଛନ୍ତି ଭଦ୍ରା । ଏବଂ ସେ ଡରିବାର ଲୋକ ନୁହେଁ କିମ୍ବା ଦେଶ ଛାଡି ପଳାଇ ଯାଉ ନାହାଁନ୍ତି ବୋଲି କହିଛନ୍ତି ।

ଦେଶର ମୁଖ୍ୟ ପ୍ରସଙ୍ଗ ଛାଡି ଏହି ବିଭାଗମାନେ ତାଙ୍କ ପଛରେ ଜାଣିଶୁଣି ପଡିଥିବା ସେ କହିଛନ୍ତି । ରର୍ବଟ ଭଦ୍ରାଙ୍କ ନାଁରେ ହରିୟାଣା ସରକାର ଏଫଆଇଆର ଦାୟର କରିଥିଲେ । ସେ କ୍ଷମତାର ଅପବ୍ୟବହାର କରି ଗୁରଗାୱଁରେ ୩ଦଶମିକ୍ ୬ଏକର ଜମି ହାତେଇଥିବା ଅଭିଯୋଗରେ ତାଙ୍କ ନାଁରେ ଏତଲା ଦେଇଥିଲା ହରିୟାଣା ସରକାର । ହରିୟାଣାର ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡାଙ୍କ ସହ ରବର୍ଟ ଭଦ୍ରାଙ୍କ ଡିଏଲଏଫ କମ୍ପାନୀ ଓ ଓଁକାରେଶ୍ୱର କମ୍ପାନୀ ନାଁରେ ମଧ୍ୟ ଅଭିଯୋଗ ହୋଇଛି । ଏହି ମାମଲାର ତଦନ୍ତ କରୁଛନ୍ତି ଉଭୟ ଇଡି ଓ ସିବିଆଇ ।