ତାମିଲନାଡୁ ଆର.କେ ନଗର ଉପନିର୍ବାଚନ ଆଜି ! ପଲ୍ଲାନିସ୍ୱାମୀ କ୍ୟାମ୍ପ ବନାମ ଟିଟିଭି ଦିନାକରଣ

20

କନକ ବ୍ୟୁରୋ : ତାମିଲନାଡୁ ଆର.କେ. ନଗରରେ ଆଜି ଉପନିର୍ବାଚନ । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ମୃତ୍ୟୁ ପରେ ଏହି ଆସନ ଲାଗି ଉପନିର୍ବାଚନ ହେଉଛି । ଆଗାମୀ ଡିିସେମ୍ବର ୨୪ ତାରିଖରେ ଭୋଟ ଗଣତି ହେବ । ଏହି ଆସନ ଜିତିବା ଶାସକ ଦଳ ଏଆଇଏଡିଏମକେ ପାଇଁ ସବୁଠାରୁ ବଡ ସମ୍ମାନର ପ୍ରଶ୍ନ । କାରଣ ଏହିଠାରୁ ଦୁଇଥର ଜିତିଥିଲେ ଜୟଲଳିତା । ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଓ ଉପମୁଖ୍ୟମନ୍ତ୍ରୀ ପନିରସେଲଭାମଙ୍କ କ୍ୟାମ୍ପ ପକ୍ଷରୁ ଇ.ମଧୁସନନଙ୍କୁ ପ୍ରାର୍ଥୀ କରାଯାଇଛି ।

ଉପମୁଖ୍ୟମନ୍ତ୍ରୀ ପନିରସେଲଭାମଙ୍କ ଅତ୍ୟନ୍ତ ଅନୁଗତ ଇ.ମଧୁସନନ । ତାଙ୍କୁ ଜିତାଇ ପାରିଲେ ପନିରସେଲଭାମ କ୍ୟାମ୍ପର କାଟତି ଦଳରେ ବୃଦ୍ଧିହେବ । କାରଣ ଜୟଲଳିତାଙ୍କ ମୃତ୍ୟୁ ପରେ ପନିରସେଲଭାମ ଗୋଷ୍ଠୀ ଅଲଗା ହୋଇ ପୁଣି ପଲାନିସ୍ୱାମୀଙ୍କ ସହ ହାତ ମିଳାଇଛନ୍ତି । ସେପଟେ ଜୟଲଳିତାଙ୍କ ମୃତ୍ୟୁ ପରେ ନିଜକୁ ତାଙ୍କ ଉତରାଧିକାରୀ ଦାବି କରୁଥିବା ଶଶୀକଳା ନଟରାଜନଙ୍କ ଅନୁଗତ ଟିଟିଭି ଦୀନାକରଣ ମଧ୍ୟ ନିର୍ବାଚନରେ ପ୍ରାର୍ଥୀ । ଏଆଇଏଡିଏମକେର ଦଳୀୟ ଚିହ୍ନ ନମିଳିବାରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଛନ୍ତି ଦିନାକରଣ ।