ସ୍ମୃତି ଏବେ ରିଓ : ହେଲେ ଚର୍ଚ୍ଚାରେ ରିଓ ରୋମାନ୍ସ

82

undefinedହାରଜିତ୍ । ଜିତହାର୍ । ସରି ଯାଇଛି ରିଓ ଅଲିମ୍ପିକ୍ସ । କାହା ପାଇଁ ଅଭୂଲା ହୋଇଛି ତ ପୁଣି କାହାକୁ ଦେଇଛି ଅନୁଭୂତି। ଖେଳାଳି ଫେରି ଯାଇଛନ୍ତି ନିଜ ନିଜ ଦେଶକୁ। ପଦକ ପାଇଥିବା ଖେଳାଳିଙ୍କୁ ନେଇ ଦେଶରେ ଖୁବ ଚର୍ଚ୍ଚା ଚାଲିଛି। ହେଲେ ଅଲିମ୍ପିକ୍ସ ନଖେଳି ବି ଦୁଇଜଣ ଖୁବ୍ ଚର୍ଚ୍ଚିତ ହୋଇଛନ୍ତି ସାରା ବିଶ୍ୱରେ । ଭାଇରାଲ ହୋଇଛି ତାଙ୍କ ଭିଡିଓ ।

କଥାଟି ଏହିଭଳି, ଗୋଟିଏ ଅନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲର ରିପୋର୍ଟର ରିଓର କୋପାକାବାନା ବେଳାଭୂମିରେ ଛିଡା ହୋଇ ଅଲିମ୍ପିକ୍ସର ରିପୋର୍ଟିଂ କରୁଥାନ୍ତି। ଲାଇଭରେ ଛିଡା ହୋଇ ଅନର୍ଗଳ କହି ଚାଲିଥାନ୍ତି। ହେଲେ ଏହି ସମୟରେ ପଛରେ ଏକ ପ୍ରେମୀଯୁଗଳ ମାତିଥାନ୍ତି ନିଜ ପ୍ରେମକ୍ରୀଡାରେ। ବେଫିକର ବେଳାଭୂମିରେ ରୋମାନ୍ସ । ରିପୋର୍ଟସଙ୍କ ଏହି ଭିଡିଓ ଇଂଟରନେଟରେ ଆସିବା ପରେ ଏବେ ଖୁବ୍ ଭାଇରାଲ ହୋଇଛି ରିଓର ରୋମାନସ୍ । ସୋସିଆଲ୍ ମିଡିଆରେ ମଧ୍ୟ ଛାଇ ଯାଇଛି ଏହି ଭିଡିଓ । ଆଉ ଆସୁଛି ଅନେକ ଖଟାମିଠା କମେଂଟସ ।
ରିଓର ରୋମାନ୍ସକୁ ଦେଖନ୍ତୁ ଏ ଭିଡିଓରୁ-