ଫ୍ୟାନ୍ ବଏରୁ ଗୋଲ୍ଡ ବଏ : ରିଓ ୨୦୧୬ରେ ବଡ ଉଲଟଫେର୍

22

fan boyଫ୍ୟାନ ବଏରୁ ଚାମ୍ପିୟନ । ଯାହାଙ୍କୁ ଆଦର୍ଶ ମାନୁଥିଲେ ତାଙ୍କୁ ମାତ୍ ଦେଇ ଜିତିଲେ ଗୋଲଡ ମେଡାଲ । ତା’ପୁଣି ରେକର୍ଡ ଟାଇମରେ । ସୋସିଆଲ ମିଡିଆରୁ ସିଙ୍ଗାପୁର ସବୁଠି ଏହି ଚାମ୍ପଙ୍କୁ ନେଇ ଏବେ ଜବରଦସ୍ତ ଚର୍ଚ୍ଚା । ଅଲିମ୍ପିକ୍ସରେ ରେକର୍ଡ ପରେ ରେକର୍ଡ କରୁଥିବା ସ୍ୱିମର୍ ମାଇକେଲ ଫେଲପ୍ସଙ୍କୁ ମାତ ଦେବାକୁ ହୁଏତ ସ୍ୱପ୍ନରେ ସୁଧା କେହି କଳ୍ପନା କରିନଥିବେ, ହେଲେ ସିଙ୍ଗାପୁରର ୨୧ ବର୍ଷୀୟ ସନ୍ତରଣକାରୀ, ଏସିଆନ ଚାମ୍ପିୟନଶିପ ବିଜେତା ଜୋଶେଫ ସ୍କୁଲିଂ ଏହାକୁ ଦେଇଛନ୍ତି ବାସ୍ତବତାର ରୂପ ।

fan boy୨୦୦୮ ମସିହାରେ ପ୍ରଥମ ଥର ପାଇଁ ଫେଲପ୍ସଙ୍କୁ ଭେଟିଥିଲେ ଜୋଶେଫ । ଆଉ ଏହି ସମୟରେ ତାଙ୍କ ବୟସ ଥିଲା ୧୪ । ଆମେରିକାର ସ୍ୱିମର ସମ୍ରାଟ ଫେଲପ୍ସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଜୋଶେଫ ଆମେରିକା ଯାଇଥିଲେ କୋଚିଂ ନେବା ପାଇଁ । ରିଓ ୨୦୧୬ରେ ସବୁଠାରୁ ବଡ ଉଲଟଫେର କରି ଜୋଶେଫ ନିଜ ଜଲୱା ଦେଖାଇଛନ୍ତି । ଫେଲପ୍ସଙ୍କ ଗୋଲଡ ମେଡାଲ ଜିତିବା ଆଶାକୁ ଧୁଳିସାତ କରି ୧୦୦ ମିଟର ବଟରଫ୍ଲାଏରେ ଜୋଶେଫ ଜିତିଛନ୍ତି ସୁନା ପଦକ ।