ଗ୍ରୀନ୍ ଟି ପିଉଛନ୍ତି କି ! ଜାଣନ୍ତୁ ଏହାର ସଠିକ୍ ସମୟ ଏବଂ ମାତ୍ରା . . ନଚେତ୍ ହୋଇପାରେ କ୍ଷତିକାରକ

72

ଯଦି ଆପଣ ଫିଟନେସ୍ ବିଷୟରେ ଭାବୁଛନ୍ତି ଏବଂ ଫିଟ୍ ରହିବାକୁ ଚେଷ୍ଟା କରୁଛନ୍ତି ତେବେ ଗ୍ରୀନ୍ ଟି ନିଶ୍ଚୟ ପିଉଥିବେ । ଗତ କିଛି ବର୍ଷ ହେବ ଗ୍ରାନ୍ ଟିର ଚାହିଦା ବଢିଛି । ଓଜନ କମ୍ କରିବାକୁ ଚାହୁଁଥିବା ଲୋକମାନଙ୍କର ଏହା ପ୍ରିୟ ପାନୀୟ । ଏହା ସହ ତ୍ୱଚାରେ ଚମକ ମଧ୍ୟ ଆଣିଥାଏ ଗ୍ରୀନ୍ ଟି । ତେବେ ଗ୍ରୀନ୍ ଟି ପିଇବାର ଏକ ସିଠିକ୍ ସମୟ ଏବଂ ତରିକା ମଧ୍ୟ ଅଛି । ନହେଲେ ଏହା ସ୍ୱସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ମାତ୍ରାଧିକ ଗ୍ରୀନ୍ ଟି ପିଇଲେ ମୁଣ୍ଡ ବୁଲାଇବା ସହ ବାନ୍ତି ଏବଂ ଗ୍ୟାସ୍ ସମସ୍ୟା ହୋଇଥାଏ ।

ନଜର ପକାନ୍ତୁ ଗ୍ରୀନ୍ ଟି ପିଇବାର ଠିକ୍ ସମୟ ଏବଂ ମାତ୍ରା :

• କେବେ ଖାଲି ପେଟରେ ଗ୍ରୀନ୍ ଟି ପିଅନ୍ତୁ ନାହିଁ ।

• ଖାଦ୍ୟ ଖାଇବାର ଏକ ଘଂଟା ବା ଦୁଇ ଘଂଟା ପୂର୍ବରୁ ଗ୍ରୀନ୍ ଟି ପିଅନ୍ତୁ ।

• କିଛି ଲୋକ ଗ୍ରୀନ୍ ଟିରେ କ୍ଷୀର ଏବଂ ଚିନି ମିଶାଇ ପିଇଥାନ୍ତି । କିନ୍ତୁ ଏପରି କଲେ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

• ଗ୍ରୀନ୍ ଟିରେ ମହୁ ମିଶାଇ ପିଇଲେ ଫଳପ୍ରଦ ହୋଇଥାଏ ।

• ଖାଇବା ପରେ ପରେ ଗ୍ରୀନ୍ ଟି ପିଇବା ମାରାତ୍ମକ ହୋଇଥାଏ ।

• ଗୋଟିଏ ଦିନ ମଧ୍ୟରେ ଅତିବେଶୀରେ ଦୁଇଥର ଗ୍ରୀନ୍ ଟି ପିଅନ୍ତୁ । ଅଧିକ ଥର ପିଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।