୨୧ ରେ ବାହାରିବ +୨ କଳା,ବାଣିଜ୍ୟ ଫଳ: ଦିନ ୩ ଟାରେ ପ୍ରକାଶ ପାଇବ ରେଜଲ୍ଟ , ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା

512

କନକ ବ୍ୟୁରୋ: ଅନେକ ଆଶା ଓ ଆଶଙ୍କା ପରେ ପ୍ରକାଶ ପାଇବ ଯୁକ୍ତ ୨ ପରୀକ୍ଷା ଫଳ। ଆସନ୍ତା ୨୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଜୁନ୍ ୨୧ ତାରିଖରେ ଭୁବନେଶ୍ୱରସ୍ଥିତ ସୂଚନା ଭବନରେ ଦିନ ୩ଟା ବେଳେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଚଳିତବର୍ଷ ୨,୩୫,୧୮୩ ଜଣ ଛାତ୍ରଛାତ୍ରୀ କଳାରେ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୭ ହଜାର ୨୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିଭଳି ଧନ୍ଦାମୂଳକ ପରୀକ୍ଷା ଦେଇଛନ୍ତି ୮ ହଜାର ୫୮ ଜଣ ପରୀକ୍ଷାର୍ଥୀ । ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଫଳ ପ୍ରକାଶ ପାଇ ସାରିଛି ।

ପ୍ରଥମ ପର୍ଯ୍ୟାୟରେ ଅପ୍ରେଲ ୮ରୁ ୨୨ ଓ ଦ୍ୱୀତିୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ମେ ୬ ତାରିଖ ପର୍ଯ୍ୟନ୍ତ ଦିନ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ବାତ୍ୟା ଫନି ପ୍ରଭାବ ଲାଗି ଖାତା ଦେଖାରେ ବହୁ ବିଳମ୍ବ ହୋଇ ଯାଇଥିଲା । ରାଜ୍ୟରେ ହୋଇଥିବା ମୋଟ ୫୮ଟି ମାନୁଆଲ ଓ ୩୬ଟି ଇ ମୂଲ୍ୟାୟନ କେନ୍ଦ୍ରରେ ବାତ୍ୟା ପରବର୍ତ୍ତୀ ଅବହେଳା ଦେଖାଯାଇଥିଲା। ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ବାତ୍ୟା ପରବର୍ତୀ ସମୟରେ ଅନୁପସ୍ଥିତ ରହିଥିଲେ, ସେଥପାଇଁ ଫଳ ବାହାରିବାରେ ବିଳମ୍ବ ହୋଇଛି ।