ଅହରହ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ସତର୍କବାଣୀ ! ସଜାଗ ହୋଇଯାଆନ୍ତୁ ନଚେତ୍ ଗମ୍ଭୀର ସମସ୍ୟାରେ ପଡିପାରନ୍ତି ।

60

ଏହି ଖବର ସେହି ଲୋକମାନଙ୍କ ପାଇଁ ଯେଉଁମାନେ ସ୍ମାର୍ଟଫୋନ୍ ବ୍ୟବହାର କରି କରି ଏହାର ଅଭ୍ୟାସରେ ପଡିଯାଆନ୍ତି । ଏଭଳି ଲୋକମାନେ ଓଳିଏ ନ ଖାଇଲେ ରହିପାରନ୍ତି କିନ୍ତୁ କିଛି ସମୟ ନିଜ ଫୋନଠାରୁ ଦୂରେଇ ରହିଲେ ଏମାନେ ପାଗଳପ୍ରାୟ ହୋଇଯାଆନ୍ତି । ତେବେ ଏଭଳି କିଛି ଲୋକଙ୍କୁ ନେଇ ଏକ ରିସର୍ଚ୍ଚ ହୋଇଥିଲା ଯେଉଁଥିରେ ସ୍ଥିର କରିଦେଲା ଭଳି ରେଜଲ୍ଟ ସାମ୍ନାକୁ ଆସିଲା । ଏହି ରିସର୍ଚ୍ଚରେ ଜଣାପଡିଲା ଯେ ଅଧିକ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକ ଏକୁଟିଆପଣ,ଅବସାଦଗ୍ରସ୍ତ ଏବଂ ଚିନ୍ତା ଭଳି ସମସ୍ୟାରେ ଆକ୍ରାନ୍ତ ହୋଇଯାଆନ୍ତି । ସ୍ମାର୍ଟଫୋନର ଅଧିକ ବ୍ୟବହାର ଅନ୍ୟ ଅଭ୍ୟାସ ଭଳି କ୍ଷତିଗ୍ର୍ରସ୍ଥ ହିଁ ହୋଇଥାଏ । ସ୍ମାର୍ଟଫୋନର ଅଧିକ ବ୍ୟବହାର ଦ୍ୱାରା ଏହା ମସ୍ତିଷ୍କରେ ନ୍ୟୁରୋଲୋଜିକଲ୍ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥାଏ । ଠିକ୍ ସେହିଭଳି ଶରୀରରେ ପୀଡା ସମୟରେ ଅକ୍ସିକୋଟିନ୍ ନେଲାବେଳେ ଅନୁଭୁତ ହୁଏ । ଏହି ଅଧ୍ୟୟନରେ ୧୬୫ ଜଣ ଲୋକଙ୍କୁ ନିଆଗଲା ଏବଂ ଯେଉଁମାନେ ସ୍ମାର୍ଟଫୋନକୁ ଅହରହ ବ୍ୟବହାର କରୁଛନ୍ତି ସେମାନଙ୍କ ମଧ୍ୟରେ ଏକୁଟିଆପଣ ଏବଂ ବିଶାଦ ଭଳି ସମସ୍ୟା ଦେଖାଗଲା ।