ଜିଓର ନୂଆ ଧମାକା ! ଭଏସ୍ କଲ୍ ଓ ଡାଟା ପରେ ମାଗଣା ମିଳିପାରେ ଡିଟିଏଚ୍ ସେବା

90

ମାଗଣା କଲ୍ ଓ ଡାଟା ସହ ଭାରତୀୟ ଟେଲିକମ୍ ସେକ୍ଟରରେ ଜୋରଦାର୍ ଏଂଟ୍ରି କରିଥିବା ଜିଓ ଏବେ ଦର୍ଶକଙ୍କୁ ଶସ୍ତାରେ ଚ୍ୟାନେଲ୍ ଦେଖାଇବ । କାରଣ ଖୁବ୍ ଶୀଘ୍ର ରିଲାଏନ୍ସ ଜିଓ ଡିଟିଏଚ୍ ସର୍ଭିସ୍ ଲଂଚ୍ କରିବାକୁ ଯାଉଛି ।

ଶୁଣିବାକୁ ମିଳିଛି ଏହି ସେବା ପ୍ରାଥମିକ ପର୍ଯ୍ୟାୟରେ ମାଗଣା ମିଳିପାରେ । ସୂଚନା ଅନୁସାରେ , ଏହି ଡିଟିଏଚ୍ ସର୍ଭିସ୍ ପାଇଁ ପ୍ଲାନ୍ ୪୯-୫୫ ରୁ ଆରମ୍ଭ ହୋଇ ୨୦୦-୨୫୦ ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । ତେବେ ଏନେଇ କମ୍ପାନୀ ତରଫରୁ କୌଣସି ବିଦ୍ଧିବଦ୍ଧ ଘୋଷଣା କରାଯାଇ ନାହିଁ ।

ସୂଚନା ଯୋଗ୍ୟ, ରିଲାଏନ୍ସ ଜିଓ ୫ ଡିସେମ୍ବର ୨୦୧୬ରୁ ନିଜ ୪ଜି ଗ୍ରାହକ ମାନଙ୍କୁ ମାଗଣା ଭଏସ୍ କଲ୍ ଓ ଡାଟାର ସୁବିଧା ଯୋଗାଇ ଦେଇଛି । ଏହି ଅଫର୍ ଆସନ୍ତା ଜୁନ୍ ୩୦ ଯାଏଁ ରହିବ ।