ଜିଓ ଗ୍ରାହକଙ୍କୁ ବଡ଼ ଉପହାର ! ଇଂଟରନ୍ୟାସନାଲ VOLTE ରୋମିଂ ସେବା ଆରମ୍ଭ

202

ରିଲାଏନ୍ସ ଜିଓ ଗ୍ରାହକଙ୍କୁ ନିୟମିତ ବ୍ୟବଧାନରେ କିଛି ନା କିଛି ନୂଆ ଅଫର ପ୍ରଦାନ କରୁଛି । ଏବେ ଜିଓ ଗ୍ରାହକଙ୍କୁ ଏପରି ସୁବିଧା ଦେଉଛି,ଯାହା ଭାରତୀୟ ଇତିହାସରେ କୌଣସି କମ୍ପାନୀ ଉପଲବ୍ଧ କରାଇନାହିଁ । ଜିଓ ନିଜ ଗ୍ରାହକଙ୍କ ପାଇଁ ଇଂଟରନ୍ୟାସନାଲ ଭୋଲଟି ରୋମିଂ ସେବା ଆରମ୍ଭ କରିଦେଇଛି ।

ରିଲାଏନ୍ସ ଜିଓ ପକ୍ଷରୁ ଭାରତ ଏବଂ ଜାପାନ ମଧ୍ୟରେ ଭୋଲଟି ଭିତ୍ତିକ ଅନ୍ତର୍ଜାତୀୟ ରୋମିଙ୍ଗ ସେବା ଆରମ୍ଭ ଘୋଷଣା କରାଯାଇଛି । ଏଥିସହିତ ଜିଓ ଭାରତର ପ୍ରଥମ ୪ଜି ମୋବାଇଲ ସେବା ଅପରେଟର ଭାବରେ ଭାରତରେ ଭୋଲଟି ଭିତ୍ତିକ ଅନ୍ତର୍ଜାତୀୟ ରୋମିଙ୍ଗ ସେବା ଯୋଗାଇବା ଆରମ୍ଭ କରିଛି । ଯାହାଦ୍ୱାରା ଅନ୍ତର୍ଜାତୀୟ ଭ୍ରମଣକାରୀମାନେ ଉଚ୍ଚ ମାନର ଭଏସ ଓ ଏଲଟିଇ ହାଇ-ସ୍ପିଡ଼ ଡାଟା ବ୍ୟବହାର କରିପାରିବେ ।

ଜାପାନର କେ.ଡି.ଡି.ଆଇ କର୍ପୋରେସନ ପ୍ରଥମ ଅନ୍ତର୍ଜାତୀୟ ମୋବାଇଲ ସେବା ପ୍ରଦାନକାରୀ ଭାବରେ ଜିଓର ଭୋଲଟି ଭିତ୍ତିକ ଅନ୍ତର୍ଜାତୀୟ ରୋମିଙ୍ଗ ସେବା ଉପଯୋଗ କରିଛି । ଏଥିସହିତ ଅନ୍ତର୍ଜାତୀୟ ଭ୍ରମଣକାରୀମାନେ ଏବେ ଜିଓର ବିଶ୍ୱସ୍ତରୀୟ ନେଟୱର୍କ ଏବଂ ହାଇ-ସ୍ପିଡ଼ ଡାଟାର ଉପଯୋଗ କରିପାରିବେ । ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୦୧୮ ରେ ୨୦.୬ ଏମବିପିଏସ ଡାଉନଲୋଡ ସ୍ପିଡ଼ ସହିତ ଜିଓ ଭାରତୀୟ ଟେଲିକମ ନିୟାମକ ପ୍ରାଧିକାରଣ (ଟ୍ରାଇ) ଦ୍ୱାରା ମାଇଁ ସ୍ପିଡ଼ ଆପ୍ଲିକେସନରେ ବିଗତ ୨୦ ମାସ ଧରି ସର୍ବାଧିକ ଦ୍ରୁତଗାମୀ ନେଟୱର୍କ ରହି ଆସିଛି ।