ନାୟକରୁ ଖଳନାୟକ ! ରଣବୀର କପୁରଙ୍କ ମୁନ୍ନା ଭାଇ ଅବତାର

42

ଖଳନାୟକ ହେଲେ ରଣବୀର କପୁର୍ । ସାମ୍ନାକୁ ଆସିଛି ଚକଲେଟ୍ ବୟଙ୍କ ନୂଆ ଚେହେରା । ବଲିଉଡ୍ ମୁନ୍ନା ଭାଇ ସଂଜୟ ଦତ୍ତଙ୍କ ରୂପରେ ଦେଖିବାକୁ ମିଳିଛି ରଣବୀରଙ୍କୁ । ରଣବୀରଙ୍କ ଏହି ଖଳନାୟକ ଅବତାର ତାଙ୍କ ପ୍ରଂଶସକକୁ ଦେଇଛି ଝଟକା ।

ପ୍ରକୃତରେ ସଂଜୟ ଦତ୍ତଙ୍କ ବାୟୋପିକରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ରଣବୀର । ଯେଉଁଥି ପାଇଁ ନିଜର ଚକଲେଟ୍ ଲୁକ୍ ବଦଳାଇ ସଂପୁର୍ଣ୍ଣ ମୁନ୍ନା ଭାଇଙ୍କ ପରି ଦେଖାଯାଉଛନ୍ତି ରଣବୀର । ରଣବୀରଙ୍କ ଏହି ଲୁକ୍ ସିନେମାକୁ ନେଇ ଅନେକ କିଛି ଅକୁହା କଥା ବୟାନ୍ କରୁଛି । କିଛି ତେବେ ରିଲରେ ରିୟଲ ଲୁକ୍ ଦେବା ପାଇଁ ରଣବୀର୍ କିଛି ଦିନ ଭୋପାଳ ଜେଲରେ ମଧ୍ୟ ରହିଥିଲେ । ସିନେମାର ନିର୍ଦେଶନା ଦେଇଛନ୍ତି ଲୋକପ୍ରିୟ ନିର୍ଦେଶକ ରାଜ କୁମାର ହିରାନୀ । ଅନ୍ୟାନ୍ୟ ଭୂମିକାରେ ଅଛନ୍ତି ପରେଶ୍ ରାୱଲ୍ ଏବଂ ମନିଶା କୋଇରାଲା ।