ବିଜେପିର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ! ଅମିତ,ରାଜନାଥଙ୍କ ସମେତ ୩୦୦ରୁ ଅଧିକ କାର୍ଯ୍ୟକର୍ତା ସାମିଲ

23

କନକ ବ୍ୟୁରୋ : ଜନତା ମଇଦାନରେ ବିଜେପିର ରାଷ୍ଟ୍ରିୟ କାର୍ଯ୍ୟକାରିଣୀ । ଅମିତ ଶାହ, ରାଜନାଥ ସିଂହଙ୍କ ପରି ହେଭିୱେଟ୍ ବିଜେପି ନେତାମାନେ ରାଷ୍ଟ୍ରିୟ କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଉମା ଭାରତୀ, ଭେଙ୍କେୟା ନାଇଡୁ, ସୁରେଶ ପ୍ରଭୁ, ପିୟୁଷ ଗୋଏଲଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଏହି କାର୍ଯ୍ୟକାରିଣୀରେ ସାମିଲ ହୋଇଛନ୍ତି । ଏହାସହ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଜନତାମଇଦାନରେ ପହଂଚିଛନ୍ତି ।

ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଗୁରୁଜୁରା ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ, ରାଜସ୍ତାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ସିନ୍ଦେ, ଉତରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂ, କାର୍ଯ୍ୟକାରିଣୀରେ ଯୋଗ ଦେଇଛନ୍ତି । ଏହାସହ ବିଜେପିର ୩୦୦ କାର୍ଯ୍ୟକର୍ତା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ଆଉ ମାତ୍ର କେଇ ଘଂଟା ପରେ ଓଡିଶାରେ ପହଂଚିବେ ପ୍ରଧାନମନ୍ତ୍ରୀ । ଅପରାହ୍ଣ ସାଢ଼େ ୩ଟାରେ ଭୁବନେଶ୍ୱରରେ ପହଂଚିବେ ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ୨୦୧୯ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବ ଦଳ । ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି ଓଡିଶା ବିଜେପିର ନେତା ।