ଇତିହାସକାର ରାମଚନ୍ଦ୍ର ଗୁହା ଗୋମାଂସ ଖାଉଥିବାର ଫଟୋ କଲେ ସେୟାର, ଲେଖିଲେ- ମୁଁ ବିଜେପି ଶାସିତ ଗୋଆରେ ଉତ୍ସବ ପାଳନ କରୁଛି । 

ଗୋଆରେ ମଧ୍ୟାହ୍ନ ଭୋଜନରେ ଗୋମାଂସ ଖାଉଛନ୍ତି ।

329

ଜଣାଶୁଣା ଇତିହାସକାର ରାମଚନ୍ଦ୍ର ଗୁହା ନିଜର ଏକ ଫଟୋକୁ ନେଇ ବିଜେପି ନେତାଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । ରାମଚନ୍ଦ୍ର ଗୁହା ଶୁକ୍ରବାର ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ସେ ଗୋମାଂସ ଖାଉଥିବାର ଦେଖାଯାଉଛନ୍ତି । ଫଟୋ ସହିତ ଲେଖାଥିବା ପୋଷ୍ଟରେ ନିଜେ ଗୁହା ଦାବି କରିଛନ୍ତି କି, ବିଜେପି ଶାସିତ ରାଜ୍ୟ ଗୋଆ ଗସ୍ତରେ ଅଛନ୍ତି । ଏବଂ ପୁରୁଣା ଗୋଆରେ ମଧ୍ୟାହ୍ନ ଭୋଜନରେ ଗୋମାଂସ ଖାଉଛନ୍ତି । ରାମଚନ୍ଦ୍ର ଗୁହା ଟ୍ୱିଟ କରିଛନ୍ତି କି, “ପୁରୁଣା ଗୋଆରେ ଏକ ଭଲ ସକାଳ ବିତାଇବା ପରେ ଆମେ ପାଣାଜିରେ ମଧ୍ୟାହ୍ନ ଭୋଜନ କଲୁ, କାହିଁକିନା ଗୋଆ ବିଜେପି ଶାସିତ ରାଜ୍ୟ, ସେଥିପାଇଁ ଉତ୍ସବରେ ମୁଁ ଗୋମାଂସ ଖାଇବାର ନିଷ୍ପତ୍ତି ନେଲି । ”

ଏହି ପୋଷ୍ଟ ପରେ ରାମଚନ୍ଦ୍ର ଗୁହା ବିବାଦରେ ଫସିଯାଇଛନ୍ତି । ବିଜେପିର ପୂର୍ବ ସାଂସଦ ବଲବୀର ପୁଂଜ ଏହି ଫଟୋ ଉପରେ ଆପତ୍ତି  ଜଣାଇଛନ୍ତିି । ବଲବୀର ଟ୍ୱିଟ୍ କରିଛନ୍ତି କି, “ଆପଣ ଗୋମାଂସ ଖାଇ ଏବଂ ସୋଶିଆଲ ମିଡିଆରେ ଫଟୋ ପୋଷ୍ଟ କରି ଭୋଜନର ଆନନ୍ଦ ଉଠାଇପାରୁନାହାଁନ୍ତି , ଆପଣ ଜାଣିଶୁଣି ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱାସକୁ ଉପହାସ କରୁଛନ୍ତି । ଏହା ଆପଣଙ୍କୁ ଶୋଭା ଦିଏ । ଏହା ଦେଖିବା ମୁସ୍କିଲ ନୁହେଁ କି ଆପଣଙ୍କ ‘ସେକ୍ୟୁଲାର’ ମାନସିକତା ଆପଣଙ୍କୁ  କେମିତି ସମ୍ବେଦନହୀନ ମଣିଷରେ ପରିଣତ କରିଦେଇଛି ।”

ବିଜେପି ସିଦ୍ଧାନ୍ତୈକ ଭାବେ ଗୋମାଂସର ବିରୋଧ କରେ । ବିଜେପି ଶାସିତ ରାଜ୍ୟରେ ଗୋମାଂସକୁ ବ୍ୟାନ କରାଯାଇସାରିଛି ଏବଂ ଗୋଆରେ ବି ବିଜେପିର ସରକାର ଅଛି । ଏହି ରାଜ୍ୟରେ ଏହି ଖାଦ୍ୟକୁ ନେଇ କୌଣସି ପ୍ରକାରର କଟକଣା ନାହିଁ । ଇତିହାସକାର ରାମଚନ୍ଦ୍ର ଗୁହା କେତେକ ମାମଲାରେ ନିର୍ଭୀକ ରାୟ ରଖନ୍ତି ଏବଂ ସରକାରଙ୍କ ନୀତିର ପ୍ରଖର ସମାଲୋଚକ କୁହାଯାଏ । ଏହି କାରଣରୁ ତାଙ୍କୁ ଅନେକ ପ୍ରକାରର ବିରୋଧର ସାମନା କରିବାକୁ ପଡେ ।