ପାକ୍ ଉପରେ ହୋଇଛି ଜୋରଦାର ଆକ୍ରମଣ ! ସେନା ପକ୍ଷରୁ ବଡ଼ ଧରଣର ହମଲା, ଆତଙ୍କବାଦକୁ ମୁହଁତୋଡ ଜବାବ୍ ଦେଲା ଭାରତ ।

32

କନକ ବ୍ୟୁରୋ : ପାକିସ୍ତାନ ଉପରେ ହୋଇଛି ଜୋରଦାର ଆକ୍ରମଣ  । ପାକ୍ ଶିବିରଗୁଡ଼ିକ ଧ୍ୱସ୍ତବିଧ୍ୱସ୍ତ କରିଛନ୍ତି ଭାରତୀୟ ଯବାନ  । କିଛି ଏଭଳି ଆଭାସ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ  । ଶୁକ୍ରବାର ବଡ ଧରଣର ହମଲା ନେଇ କିଛି ସ୍ପଷ୍ଟ ସୂଚନା ଦେଇନଥିଲେ ମଧ୍ୟ ହାଲୁକା ସଙ୍କେତ ଦେଇଛନ୍ତି ରାଜନାଥ  । ବିଏସଏଫ୍ ଯବାନ୍ ନରେନ୍ଦ୍ର କୁମାରଙ୍କ ମୃତଦେହକୁ ଖଣ୍ଡ ବିଖଣ୍ଡିତ କରିବା ଘଟଣାରେ ରାଜନାଥ ଏହି ପ୍ରତିକ୍ରିୟା ରଖିଥିବା କୁହାଯାଉଛି  ।

ପାକ୍ ଉପରେ ହୋଇଛି ଜୋରଦାର୍ ହମଲା । ସଙ୍କେତ ଦେଲେ ଗୃହମନ୍ତ୍ରୀ ରାଜନାଥ । ସୀମାପାର୍ ଆତଙ୍କବାଦକୁ ମୁହଁତୋଡ଼ ଜବାବ୍ ଦେଇଛି ଭାରତ  । ଆଉ ଗତ ୨ ଦିନ ତଳେ ପାକିସ୍ତାନ ଉପରେ ହୋଇଛି ଜୋରଦାର୍ ହମଲା  । କିଛି ହୋଇଛି କହି ଅନେକ କିଛି ହୋଇଥିବା ସଙ୍କେତ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ  । ପାକିସ୍ତାନ ମାଟିରେ ସର୍ଜିକାଲ ଷ୍ଟ୍ରାଇକର ୨ ବର୍ଷ ପୂର୍ତିରେ ପରାକ୍ରମ ପର୍ବ ପାଳନ କରୁଛି ଭାରତ । ଆଉ ସେପଟେ ସୀମା ସେପାଖେ ଭାରତୀୟ ଯବାନଙ୍କ ଉପରେ ବର୍ବରତା ଚଲାଇଛି ପଡୋଶୀ । ଯାହାର ଉଚିତ ଜବାବ ଦିଆଯାଇଥିବା କଥା ଛଳରେ ଇଙ୍ଗିତ କରିଛନ୍ତି ରାଜନାଥ ସିଂହ । ମୁଜଫରପୁରରେ ଏକ ଜନସଭାକୁ ସମ୍ବୋଧିତ କରି ରାଜନାଥ ସିଂ କିଛି ନିର୍ଦ୍ଦିଷ୍ଟ ସୂଚନା ନଦେଇ ଏଭଳି କଥା କହିଛନ୍ତି, ଯାହା ଭାରତର ପାକିସ୍ତାନ ଉପରେ ବଡ ପ୍ରତିଶୋଧ ଆଡକୁ ଈସାରା କରୁଛି ।

ଅଚାନକ ଶୁଭୁଛି ଗୁଳି ମୋର୍ଟାର୍ ମାଡ଼  । ଆଖି ସାମ୍ନାରେ ଚାଲିଯାଉଛି ଆତ୍ମୀୟଙ୍କ ଜୀବନ  । ଏ ହେଉଛି କାଶ୍ମୀରର ବର୍ତମାନର ସ୍ଥିତି  । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ କେଉଁଠି ନୀରିହ ନାଗରିକଙ୍କ ଜୀବନ ଯାଉଛି ତ ପୁଣି କେଉଁଠି ବୀର ଯବାନଙ୍କୁ ଜୀବନର ବଳିଦାନ ଦେବାକୁ ପଡୁଛି  । ତେବେ ପାକ୍ ଦୋମୁହାଁ ନୀତି ଏତିକିରେ ସୀମିତ ହୋଇ ରହିନାହିଁ  । ନିକଟରେ ଭାରତୀୟ ଯବାନ ନରେନ୍ଦ୍ର କୁମାରଙ୍କ ଶବକୁ ନିଜ ଅଚଂଳକୁ ନେଇ କ୍ଷତବିକ୍ଷତ କରିବା ପାକ୍ ବର୍ବରତାର ପ୍ରମାଣ ଦେଇଛି  । ଆଉ ଏହାର କଡ଼ା ଜବାବ୍ ଦେଇଛି ଭାରତୀୟ ସେନା, ଯାହାର ସାମାନ୍ୟ ଆଭାସ ଦେଇଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂ  । ପାକିସ୍ତାନ ଗୋଟିଏ ଗୁଳି ଚଳାଇଲେ ତାକୁ ଭାରତ ପଟୁ ଯିବାର ଥିବା ଗୁଳିସଂଖ୍ୟା ଗଣିବାକୁ ପଡ଼ିବ ବୋଲି କହିଛନ୍ତି ରାଜନାଥ ଆଉ ଏଥିପାଇଁ ସେନାର ହାତ ଖୋଲିଦିଆଯାଇଥିବା ମିଳିଛି ସଙ୍କେତ୍  ।