ଚୀନରେ ଦର୍ଶକ ଦେଖିବେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଆକ୍ସନ୍ ! ୧୦ରୁ ୧୫ ହଜାର ସ୍କ୍ରିନରେ ରିଲିଜ ହେବ ସିନେମା ‘୨.୦’

70

ସାଉଥ୍ ସୁପରଷ୍ଟାର୍ ରଜନୀକାନ୍ତ ଓ ଖିଲାଡ଼ି ତାରକା ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଭାରତ ପରି ଚୀନରେ ମଧ୍ୟ ଉଭୟ ଅଭିନେତାଙ୍କ ଅଭିନୀତ ସିନେମା ଚୀନରେ ମଧ୍ୟ ଦେଖିବା ପାଇଁ ମିିଳିବ । ଏହି ଦୁଇ ସୁପରଷ୍ଟାର ବହୁ ପ୍ରତିକ୍ଷୀତ ସିନେମା ୨.୦ ଏବେ କେବଳ ଭାରତୀୟ ପ୍ରଶଂସକଙ୍କ ପାଇଁ ନୁହେଁ ଚୀନ ପ୍ରଶଂସକଙ୍କୁ ଦୃଷ୍ଟିରେ ରଖି ମଧ୍ୟ ସେଠାର ୧୦-୧୫ ହଜାର ସ୍କ୍ରିନରେ ରିଲଜି କରାଯିବ । ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଆଗମାୀ ସିନେମା ‘୨.୦’କୁ ନେଇ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ସିନେମା ‘୨.୦’ ତାମିଲର ବ୍ଲକବଷ୍ଟର ସିନେମା ‘ଏନଥୀରନ’ର ସ୍ୱିକେଲେ ଅଟେ । ଏହି ସିନେମାରେ ରଜନୀକାନ୍ତ ଦୈତ ଭୂମିକାରେ ନଜର ଆସିବେ । ଖଳନାୟକ ଭୂମିକାରେ ନଜର ଆସିବ ଅକ୍ଷୟ କୁମାର । ଏହି ସିନେମାରେ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଶଙ୍କର ।

‘ବାହୁବଲୀ ୨’ ସିନେମା ପରେ ଏହା ଭାରତୀୟ ସିନେମାରର ସବୁଠାରୁ ବଡ଼ ସିନେମା ହେବ ଯାହା ଆସନ୍ତା ବର୍ଷ ଜାନୁୟାରୀ ମାସରେ ରିଲିଜ ହେବ । ତେବେ ଏହି ସିନେମାର ସବୁଠାରୁ ଖାସ କଥା ହେଲା ଏହା ବିଦେଶୀ ସିନେମା ହଲରେ ମଧ୍ୟ ପ୍ରଦର୍ଶିତ ହେବ । ତେବେ ଏହାର ସୂଚନା ନିଜେ ଟ୍ରେଡ଼୍ ବିଶେଷଜ୍ଞ ରମେଶ ବାଲା ଦେଇଛନ୍ତି । ସେ କହିଛନ୍ତି ସିନେମା ୨.୦ ପାଖାପାଖି ୧୦,୦୦୦ରୁ ୧୫,୦୦୦ ସ୍କ୍ରିନରେ ରିଲିଜ ହେବ । ସୂଚନାଯୋଗ୍ୟ ଆଜି ପର୍ଯ୍ୟନ୍ତ ଚୀନରେ ଏତେ ସଂଖ୍ୟକ ସ୍କ୍ରିନରେ କୌଣସି ସିନେମା ରିଲିଜ ହୋଇନାହିଁ । ସିନେମା ‘ଦଙ୍ଗଲ’ର ସଫଳତାକୁ ଦେଖିଲେ ଲାଗୁଛି ଚୀନ ଡିଷ୍ଟ୍ରିବ୍ୟୁଟର ଭାରତୀୟ ସିନେମାରୁ ଅଧିକରୁ ଅଧିକ ଲାଭ ଆୟ କରିପାରୁଛନ୍ତି । ତେବେ ରଜନୀକାନ୍ତ ଓ ଅକ୍ଷୟ କୁମାରଙ୍କ ଏହି ସିନେମା ଚୀନରେ କେବେ ରିଲିଜ ହେବ ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।