ରାଜୀବଗାନ୍ଧୀ ବିଦ୍ୟୁତ ଯୋଜନାକୁ ଉପହାସ କରୁଛି କଳାହାଣ୍ଡିର ଚିଲିଚିଲା ଗାଁ : ବିଜୁଳି ସଂଯୋଗ ନଥିବାରୁ ଡିିବିରି ଆଲୁଅ ପାଲଟିଛି ଭରସା

41

କଳାହାଣ୍ଡି : ସରକାର ବିପିଏଲ ପରିବାରଙ୍କୁ ରାଜୀବଗାନ୍ଧୀ ବିଦ୍ୟୁତ ଯୋଜନାରେ ସାମିଲ କରି ମାଗଣା ବିଦ୍ୟୁତ ସେବା ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଇଲେକ୍ଟ୍ରିବୋର୍ଡ ଓ ମିଟର ଲାଗି ୪ବର୍ଷ ବିତିଯାଇଥିଲେ ବି ବିଦ୍ୟୁତ ସଂଯୋଗ ନହେବା ଘଟଣା ସରକାରଙ୍କ କାର୍ଯ୍ୟକଳାପକୁ ଅଙ୍ଗୁଳି ନିର୍ଦେଶ କରୁଛି । ଘରେ ଘରେ ଇଲେକ୍ଟ୍ରିବୋର୍ଡ ଓ ମିଟର ବସିଛି ,ଗାଁ ଦାଣ୍ଡରେ ବିଦ୍ୟୁତ ଖୁଂଟି ଠିଆ ହୋଇଛି, ଟ୍ରାନ୍ସମିଟର ବି ବସିଛି । ସେଠାରୁ ପୁଣି ବିଦ୍ୟୁତ ଖୁଂଟିକୁ ତାର ସଂଯୋଗ ହୋଇଛି । ହେଲେ ଅନ୍ଧାରରେ ରହୁଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଚିଲିଚିଲା ଗାଁର ୪ ହଜାର ଲୋକ । ଏ ହେଉଛି ସରକାରଙ୍କ ରାଜୀବ ଗାନ୍ଧି ବିଦ୍ୟୁତ ଯୋଜନାର ଅସଲ ଚିତ୍ର । ବିଜୁଳି ସଂଯୋଗ ନହେବାରୁ ଲୋକ ବହୁ ଅସୁବିଧା ଭୋଗୁଛନ୍ତି । ପିଲାଏ ଡିବିରି ଆଲୁଅରେ ପାଠ ପଢୁଛନ୍ତି ।

ଚିଲଚିଲା ଗାଁରେ ବସବାସ କରନ୍ତି ବିଭିନ୍ନ ଜନଜାତିର ୪ହଜାର ଲୋକ । ଏମାନଙ୍କ ମଧ୍ୟରେ ୫ଶହରୁ ଅଧିକ ବିପିଏଲ ହିତାଧିକାରୀ ଅଛନ୍ତି । ଏମାନଙ୍କ ପାଇଁ ସରକାରୀ ଯୋଜନା କେବଳ କାଗଜ କଲମରେ ସୀମିତ ବୋଲି ଅଭିଯୋଗ ହୁଏ । ସେପଟେ ଯେଉଁ କାମ ବର୍ଷ ବର୍ଷ ଧରି ହୋଇ ପାରିନି ତାହା ୩ ମାସ ଭିତରେ ହୋଇଯିବ ବୋଲି କହିଛନ୍ତି ବିଦ୍ୟୁତ ବିଭାଗ ସରକାରୀ ଯନ୍ତ୍ରୀ । ୩ମାସ ମଧ୍ୟରେ ଚିଲଚିଲା ଗାଁକୁ ବିଦ୍ୟୁତ ସଂଯୋଗ ନହେଲେ ଆଗାମୀ ପଂଚାୟତ ନିର୍ବାଚନ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଅଧିକ ତଥ୍ୟ ଦେଖନ୍ତୁ ଏହି ଭିଡିଓରେ :