ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା: ବର୍ଷ ଆରମ୍ଭରୁ ହୋଇପାରେ ବର୍ଷା

215

କନକ ବ୍ୟୁରୋ: ବର୍ଷ ଆରମ୍ଭରୁ ହୋଇପାରେ ବର୍ଷା । ଏମିତି ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାରଣ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଟ୍ରପ ଲାଇନ ସୃଷ୍ଟି ହୋଇଛି । ଫଳରେ ଆସନ୍ତା ୨ ଓ ୩ ତାରିଖରେ ଉତ୍ତର ଓଡିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଉପକୂଳ ଓଡିଶାରେ ଶୀତର ପରିମାଣ ଟିକେ କମ୍ ଥିବା ବେଳେ ପାହାଡିଆ ଅଂଚଳରେ ପ୍ରବଳ ମାତ୍ରାରେ ଥଣ୍ଡା ଅନୁଭìତ ହୋଇଛି ।

ଫୁଲବାଣୀରେ ପାରଦ ୫ ଦଶମିକ ୬ ତଳେ ରହିଛି । ସେହିଭଳି କଳାହାଣ୍ଡି ଭବାନୀପାଟଣାରେ ପ୍ରବଳ ଶୀତ ହେଉଛି । ଭବାନୀପାଟଣାରେ ଆଜିର ତାପମାତ୍ରା ୬ ଦଶମିକ ୬ ରହିଛି । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଓ ସୁନ୍ଦରଗଡରେ ୮ ଡିଗ୍ରୀ ତଳେ ରହିଛି ପାରଦ । ସେହିପରି ଅନୁଗୁଳ ୯ ଦଶମିକ୬, କଟକ ୧୪, ଭୁବନେଶ୍ୱର ୧୫ ଓ ପୁରୀରେ ତାପମାତ୍ରା ୧୬ ଦଶମିକ ୫ ଡିଗ୍ରୀ  ରହିଛି ।