ଜାରି ରହିବ କୋହଲା ପାଗ ! ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଲାଗିରହିଛି ବର୍ଷା

40

କନକ ବ୍ୟୁରୋ : ବର୍ଷା ଧୋଇନେଲା ଦୀପାବଳି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନର ରୂପ ନେବା ପରେ ଆଲୋକର ପର୍ବ ଦୀପାବଳି ଧୋଇ ହୋଇଯାଇଛି । ଦିନ ତମାମ ବର୍ଷା ଲାଗି ରହିଥିବାରୁ ଦିପାବଳୀର ଉତ୍ସାହ ଓ ଉଦ୍ଦୀପନା ଫିକା ପଡିଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇଛି । ଆଉ ଏହାର ପ୍ରଭାବରେ ଲଗାଣ ବର୍ଷା ହେଉଥିବା ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।

କଟକ, ଜଗତସିଂହପୁର, ପୁରୀ, ନୟାଗଡ, ଗଂଜାମ, ଖୋର୍ଦ୍ଧା, କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହେବାର ସଂଭାବନା ରହିଛି । ଏହି ଡିପ୍ରେସନ ଏବେ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହୋଇଛି । ଫଳରେ ବର୍ଷା ପରିମାଣ ବି ବଢିବା ସମ୍ଭାବନା ରହିଛି । ପବନର ବେଗ ମଧ୍ୟ ଘଂଟା ପ୍ରତି ୪୫ରୁ ୫୫ କିଲୋମିଟର ରହିପାରେ । ସୁରକ୍ଷା ଦୃଷ୍ଟିରୁ ମତ୍ସ୍ୟଜୀବୀଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ।