ବାବା ରାମ୍ ରହିମଙ୍କ ପାଳିତା କନ୍ୟାଙ୍କୁ ହେଉନି ନିଦ ! ମାନସିକ ଚାପ ଯୋଗୁଁ ୪ଦିନ ହେଲା ଶୋଇପାରି ନାହାଁନ୍ତି ହନିପ୍ରୀତ

33

କନକ ବ୍ୟୁରୋ : ଅମ୍ବାଲା ଜେଲରେ ଦିନ କାଟୁଥିବା ବାବା ରାମ୍ ରହିମଙ୍କ ପାଳିତା କନ୍ୟାଙ୍କୁ ହେଉନି ନିଦ । ଅତ୍ୟଧିକ ମାନସିକ ଚାପ ଯୋଗୁଁ ୪ ଦିନ ହେଲା ଶୋଇ ପାରି ନାହାଁନ୍ତି ହନିପ୍ରୀତ । ଡାକ୍ତର ତାଙ୍କୁ ଔଷଧ ଦେବା ସହ ବିଶ୍ରମ ନେବା ପାଇଁ ପରାମର୍ଶ ଦେଇଛନ୍ତି । ରାଣୀ ଭଳି ଜୀବନ ବିତାଉଥିବା ହନିପ୍ରୀତଙ୍କୁ ପ୍ରଥମ ଥର ପାଇଁ ଜେଲରେ ଦୀପାବଳି ପାଳନ କରିବାକୁ ପଡ଼ିଛି । ଏମିତି କି ସେ ବିବ୍ରତ ହୋଇ ରାମ ରହିମଙ୍କୁ ମନେ ପକାଉଥିବା ନେଇ ସୁଚନା ମିଳିଛି । ଅନ୍ତେବାସୀଙ୍କୁ ଯୌନ ଶୋଷଣ ମାମଲାରେ ଜେଲ ଯିବା ପରେ ପଂଚକୁଲାରେ ବ୍ୟାପକ ହିଂସାକାଣ୍ଡ ହୋଇଥିଲା ।

ଆଉ ଏହି ହିଂସା ପ୍ରସାରିତ କରିବା ଅଭିଯୋଗରେ ହନୀପ୍ରୀତଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଖବର ଆସିଥିଲା ଜେଲରେ ବନ୍ଦ ହନିପ୍ରୀତ ବାପା ଗୁରମିତ ରାମରହିମଙ୍କୁ ବହୁତ ମନେ ପକାଉଛନ୍ତି । ବଳାତ୍କାରୀ ବାବାଙ୍କ ପାଳିତା ତଥା ଅତି ପ୍ରିୟ କନ୍ୟା ଏବେ ତାଙ୍କୁ ସାକ୍ଷାତ କରବା ପାଇଁ ଚାହୁଁଥିଲେ । ହନିପ୍ରୀତ ବାପା ରାମ ରହିମଙ୍କ ପିଠି ଯନ୍ତ୍ରଣା ପାଇଁ ବହୁତ ଚିନ୍ତିତ ଥିଲେ । ରାମ ରହିମଙ୍କୁ ଭେଟିବା ପାଇଁ ସେ ପୁଲିସ ଅଧିକାରୀ ମାନଙ୍କୁ ଅନୁରୋଧ କରୁଥିଲେ ବୋଲି ଖବର ଆସୁଥିଲା ।