ଅଭିନେତ୍ରୀ ସନ୍ନି ଲିଓନି କିଣିଲେ ୧.୩୬ କୋଟିର ମସେରାଟୀ : ୪.୭ ସେକେଣ୍ଡରେ ୦-୧୦୦ କିଲୋମିଟର ସ୍ପିଡ

53

ଅଭିନେତ୍ରୀ ସନି ଲିଓନି ନିକଟରେ କିଣିଛନ୍ତି ଲମିଟେଡ ଏଡିସନ ମସେରାଟୀ ଘିବଲି ନେରିସିମୋ କାର । ଭାରତରେ ଏହି କାରର ଏକ୍ସ ସୋରୁମା ପ୍ରାଇସ ହେଉଛି ୧.୩୬ କୋଟି । ସମଗ୍ର ପୃଥିବୀରେ ମାତ୍ର ୪୫୦ଟି କାର ବିକ୍ରି କରାଯାଇଛି । ଏହି ମସେରାଟୀ କାରର ବିଶେଷତ୍ୱ ହେଉଛି ମାତ୍ର ୪.୭ ସେକେଣ୍ଡରେ ଶୂନରୁ ଶହେ କିଲୋମିଟର ଘଂଟା ପ୍ରତି ବେଗେରେ ଯାଇପାରିବ । ଏଥିରୁ ଜାଣନ୍ତୁ  ଏହି କାର କେତେ ଦମଦାର ।

ଅନ୍ତର୍ଜାତୀୟ ସ୍ତରରେ ପରିଚିତ ତଥା ବଲିଉଡର ବି ଅନେକ ଫିଲ୍ମରେ ଅଭିନୟ କରିଥିବା ସନ୍ନି ଲିଓନି ଏହି ବ୍ୟୟ ବହୁଳ କାର କିଣିଛନ୍ତି । ନୂଆ କାର କିଣିବା ଲିଓନିଙ୍କର ପସନ୍ଦ । ତେଣୁ ୧.୩୬ କୋଟି ଟଙ୍କାରେ କିଣିଛନ୍ତି ମସେରାଟୀ । ସନ୍ନିଙ୍କର ସବୁ କାର ମଧ୍ୟରୁ ଏହି କାର ହେଉଛି ସବୁଠୁ ବ୍ୟୟବହୁଳ ଓ ସର୍ବାଧିକ ସ୍ପିଡରେ ଯାଉଥିବା କାର । ଲିଓନି ଏହି କାର ୟୁନାଇଟେ ଷ୍ଟେଟରୁ କିଣିଛନ୍ତି । ଏହି କାର ର ପ୍ରାରମ୍ଭିକ ମୂଲ୍ୟ ୫୨ ଲକ୍ଷ । ଏହି ଲିମିଟେଡ ଏଡିସନ କାରକୁ ୨୦୧୭ରେ ନିୟୁୟର୍କ ମୋଟର ସୋ ରେ ଉନ୍ମୋଚନ କରାଯାଇଥିଲା ।
ମସେରାଟୀ ଘିବଲି ନେରିସିମୋ କାର ଅଲଗା ମସେରାଟୀ ଘିବଲି ନେରିସିମୋ କାର ଠାରୁ ଭିନ୍ନ ଯେଉଁଥିପାଇଁ ମାତ୍ର ୪୫୦ ୟୁନିଟର ପ୍ରଡକସନ କରାଯାଇଛି ।

 

କମ୍ପାନୀ ଦ୍ୱାର ପ୍ରସ୍ତୁତ ଏହି କଳା ରଙ୍ଗର କାରରେ ୨୦ ଇଂଚର କଳା ଗ୍ଲାସର ଉରାନୋ ହ୍ୱିଲ ଲଗାଯାଇଛି । ପ୍ରସିଦ୍ଧ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ, ଅର୍ଜୁନ କାପୁର ଓ ଅଜୟ ଦେବଗନ ମଧ୍ୟ ମସେରାଟୀ କାର କିଣିଛନ୍ତି । ଏହା ଲିଓନିଙ୍କ ଦ୍ୱିତୀୟ ମସେରାଟୀ କାର । ଗତବର୍ଷ ଲିଓନିଙ୍କ ସ୍ୱାମୀ ତାଙ୍କୁ ମସେରାଟୀ କାର ଗିଫ୍ଟ କରିଥିଲେ ।