ରାହୁଲ ଗାନ୍ଧୀ ହୋଇପାରନ୍ତି ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ,କହିଲେ ମହାମେଂଟ ଚାହିଁଲେ ନେବେ ନେତୃତ୍ୱ

31

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା କାରଣରୁ ବର୍ତମାନ ସମୟରୁ ସମସ୍ତ ରାଜନୈତିକ ଦଳମାନେ ନିଜ ନିଜର ରାଜନୀତି ଋଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି । ତେବେ କେନ୍ଦ୍ରରେ ବିଜେପି ସରକାରକୁ କଡା ମୁକାବିଲା କରିବା ପାଇଂ କଂଗ୍ରେସ ମଧ୍ୟ କସରତ କରୁଛି । ତେବେ ସଜସଜ ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶରେ ମାୟାବତୀ, କଂଗ୍ରେସ-ବିଏସପି ମେଂଟ ଭାଙ୍ଗିବା ପରେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗତକାଲି ପୁଣିଥରେ ନିଜର ପ୍ରଧାନମନ୍ତ୍ରୀ ହେବାର ଇଚ୍ଛାକୁ ଦୋହରାଇଛନ୍ତି। ରାହୁଲ କହିଛନ୍ତି ଯଦି ମେଣ୍ଟ ଚାହିବ, ତା’ହେଲେ ମୁଁ ନିଶ୍ଚିତ ପ୍ରଧାନମନ୍ତ୍ରୀ ହେବି। କିନ୍ତୁ ଏହା ପ୍ରଥମ କଥା ନୁହେଁ। ପ୍ରଥମ ପଦକ୍ଷେପରେ ସମସ୍ତ ଦଳ ଗୁଡ଼ିକ ବିଜେପିକୁ ହଟାଇବା ପାଇଁ ଏକଜୁଟ୍ ହେବାକୁ ପଡ଼ିବ।

 

ଗତକାଲି ନୂଆଦିଲ୍ଲୀରେ ଏକ ସମ୍ମିଳନୀରେ ଯୋଗ ଦେବା ଅବସରରେ ରାହୁଲଙ୍କ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଥିବା ନେଇ ଏକ ପ୍ରଶ୍ନ କରାଯିବାରୁ ରାହୁଲ କହିଥିଲେ ଯେ ଏହା ହେଉଛି ଦୁଇ ପର୍ଯ୍ୟାୟ ବିଶିଷ୍ଟ ପଦ୍ଧତି। ପ୍ରଥମ ପର୍ଯ୍ୟାୟରେ ଆମକୁ ମେଣ୍ଟ ଗୁଡ଼ିକ ସହ ଆଲୋଚନା କରିବାକୁ ପଡ଼ିବ ଏବଂ ବିଜେପିକୁ ପରାସ୍ତ କରିବାପାଇଁ ଏକଜୁଟ ହେବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବା ପରେ ହିଁ କିଏ ପ୍ରଧାନମନ୍ତ୍ରୀ ହେବ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଗାନ୍ଧି କହିଛନ୍ତି । ତେବେ ବର୍ତମାନ ସମୟରେ ସାରା ଦେଶରେ ଯେପରି ଭାବରେ ମୋଦି ସରକାର ଗୋଟିଏ ପରେ ଗୋଟିଏ ରାଜ୍ୟରେ ଶାସନ ଭାର ଗ୍ରହଣ କରୁଛନ୍ତି ତାହାର ବିଜୟ ରଥକୁ ଅଟଳାଇବାକୁ ହେଲେ ସମ୍ପୂର୍ଣ୍ଣ ଭାବରେ ଦଳକୁ ପ୍ରସ୍ତୁତ କରିବା ପାଇଁ ପଡିବ । ତାହା ସହ କିଏ ପ୍ରଧାନମନ୍ତ୍ରୀ ହେବ ସେନେଇ ଅନେକ ସମୟରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି । ତେବେ ଏପରି ସମୟରେ ଖୋଦ ଗାନ୍ଧି ପ୍ରଧାନମନ୍ତ୍ରୀ ହେଲେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସୂଚନା ଦେଇଛନ୍ତି ।