ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଲା ସେନା : ମାଷ୍ଟରମାଇଣ୍ଡ ଗାଜି ରସିଦ ନିହତ

1,679

କନକ ବ୍ୟୁରୋ : ଶେଷରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା ।  ସେମାନଙ୍କ ଭିତରୁ ଜଣେ ପୁଲୱାମା ୧୪ତାରିଖ ବିସ୍ଫୋରଣ ଘଟଣାର ମାଷ୍ଟରମାଇଣ୍ଡ ଗାଜି ରସିଦ୍ ବୋଲି ଜଣାପଡିଛି । ଅନ୍ୟଜଣଙ୍କ ପରିଚୟ ମିଳିପାରିନାହିଁ । ଆତଙ୍କବାଦୀଙ୍କୁ ନିହତ କରିବା ପାଇଁ ଲୁଚିଥିବା କୋଠାକୁ ବିସ୍ପୋରଣ କରି ଉଡାଇ ଦେଇଛି ସେନା । ପୁଲୱାମା ବିସ୍ଫୋରଣ ଘଟାଇ ବିଗତ ୫ ଦିନରେ ଫେରାର ହେବାକୁ ଚେଷ୍ଟା କରୁଥିଲାଗାଜି ରସିଦ୍ । କିନ୍ତୁ ସେନା ଏପରି ହେବାକୁ ନଦେଇ, ଆତଙ୍କୀ ଗାଜିକୁ ଜଗି ରହିଥିଲେ ।

ସୂଚନାଯୋଗ୍ୟ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଜହାରସହଯୋଗୀ ହେଉଛି ଗାଜି ରସିଦ ।  ସେ କାଶ୍ମୀର ଘାଟିରେ  ଜୈଶର ଟପ କମାଣ୍ଡର ଓ ଆଇଟି ଏକ୍ସପର୍ଟ ।  କୁହାଯାଉଛି, ଦୁଇଜଣ ସହଯୋଗୀଙ୍କ ସହ ଡିସେମ୍ବରରେ କାଶ୍ମୀରରେ ଅନୁପ୍ରବେଶ କରିଥିଲେ ଗାଜି ରସିଦ ।  ଅନୁପ୍ରବେଶ ପରେ ସେ ଦକ୍ଷିଣ କାଶ୍ମୀରରେ ଲୁଚିଥିଲା ।  ୨୦୦୮ରେ  ଗାଜି ଜୈଶ-ଏ-ମହମ୍ମଦ ସଙ୍ଗଠନରେ ସାମିଲ ହୋଇଥିଲା ।  ପାକ୍ ଅଧିକୃତ କାଶ୍ମୀରରେ ସେ ତାଲିମ ବି ଦେଉଥିଲା ।

ସେପଟେ ଜମ୍ମୁ-କଶ୍ମୀରର ପୂର୍ବତନ ଡିିଜିପି ଟ୍ୱିଟ ଜରିଆରେ ଏନେଇ ସୂଚନା ଦେଇଛନ୍ତି । ସେ ସୁରକ୍ଷାକର୍ମୀଙ୍କୁ ଶୁଭେଚ୍ଛା ଦେବାସଂ, ପୁଲୱାମା ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡକୁ ମାରି ଦିଆଯାଇଛି ବୋଲି କହିଛନ୍ତି ।

ଅନ୍ୟପଟେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟରେ ଜଣେ ମେଜର ସମେତ ୫ ଜଣ ଯବାନ ସହିଦ୍ ହୋଇଛନ୍ତି । ଆଜି ମେଜର ଡିଏସ୍ ଡୋଡିୟାଲ, କନେଷ୍ଟବଳ ସେବା ରାମ, ହରି ସିଂହ, ଅଜୟ କୁମାର ଓ ଗୁଲଜାର ମହମ୍ମଦ ସହିଦ ହୋଇଛନ୍ତି । ଏହା ସହିତ ୨ଜଣ ସ୍ଥାନୀୟ ଲୋକଙ୍କର ମଧ୍ୟ ଗୁଳିବିନିମୟରେ ମୃତ୍ୟୁବରଣ  ହୋଇଥିବା ଜଣାପଡିଛି ।