ଘରେ ପହଂଚିଲା ସହିଦ୍ ମେଜର ଚିତ୍ରେଶ୍ ବିଷ୍ଟଙ୍କ ପାର୍ଥୀବ ଶରୀର ! ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାପାଇଁ ୫୦୦ ମିଟର ପର୍ଯ୍ୟନ୍ତ ଲାଗିଥିଲା ଲୋକଙ୍କ ଗହଳି ।

439

ନେହେରୁ କଲୋନୀ ନିବାସୀ ପୂର୍ବ ପୋଲିସ୍ ଇନ୍ସପେକ୍ଟର ଏସଏସ୍ ବିଷ୍ଟଙ୍କ ସାନପୁଅ ମେଜର ଚିତ୍ରେଶ୍ ବିଷ୍ଟ ଶନିବାର ନୋସେରା ସେକ୍ଟରରେ ସହିଦ୍ ହୋଇଯାଇଥିଲେ । ଆଜି ତାଙ୍କ ଅନ୍ତିମ ସଂସ୍କାର ଯବାନଙ୍କ ଗାର୍ଡ ଅଫ୍ ଅନର୍ ସଲାମରେ କରାଯାଉଛି । ଏହା ପୂର୍ବରୁ ନେହେରୁ କଲୋନୀ ଆବାସରେ ସହିଦଙ୍କ ପାର୍ଥିବ ଶରୀରକୁ ରଖାଗଲା । ଯେଉଁଠାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ପ୍ରଥମେ ସକାଳ ୮.୩୦ ସମୟରେ ସହିଦଙ୍କ ପାର୍ଥୀବ ଶରୀର ତାଙ୍କ ଆବାସକୁ ଅଣାଯାଇଥିଲା । ଶ୍ରଦ୍ଧାଞ୍ଜଳୀ ପରେ ହରିଦ୍ୱାରରେ ସହିଦଙ୍କ ଅନ୍ତିମ କ୍ରୀୟା ସମ୍ପର୍ଣ୍ଣ କରାଯିବ । ଏହି ସମୟରେ ଉତ୍ତରାଖଣ୍ଡ ପୂର୍ବ ମୁଖ୍ୟମନ୍ତ୍ରୀ ହରିଶ୍ ରାୱତ୍ ଏବଂ ଦେହରାଦୁନ୍ ମେୟର୍ ସୁନୀଲ୍ ଅନିୟାଲ୍ ମଧ୍ୟ ସାମିଲ୍ ଥିଲେ ।

ଆବାସଠାରୁ ୫୦୦ ମିଟର ପର୍ଯ୍ୟନ୍ତ ଲୋକଙ୍କ ଲାଇନ୍ ଲାଗିଥିଲା । ସମସ୍ତେ ହାତରେ ସହିଦ୍ ମେଜରଙ୍କ ଫଟୋ ଧରି ତାଙ୍କ ସମ୍ନାନରେ ନାରା ଲଗାଉଥିଲେ । ଏହି ସମୟରେ ପୋଲିସ ଏବଂ ସେନା ତରଫରୁ ମଧ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଗଲା । ଚିତ୍ରେଶ୍ ମାର୍ଚ୍ଚ ୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତେ । ୨୮ ଫେବୃଆରୀ ଛୁଟି ନେଇ ଘରକୁ ଆସିଥାନ୍ତେ । ପରିବାର ଲୋକ ବିବାହ ପାଇଁ ଆୟୋଜନ କରିବା ସହ ମନପସନ୍ଦର ପୋଷାକ ମଧ୍ୟ କିଣିସାରିଥିଲେ । କିନ୍ତୁ ବିବାହର ସାହାନାଇ ବାଜିବା ପୂର୍ବରୁ ଗାର୍ଡ ଅଫ୍ ଅନର୍ ବାଜି ଉଠିଥିଲା ଏହି ବୀର ସହିଦ୍ ଙ୍କ ନାଁରେ ।