ଆପଣଙ୍କୁ ଖୁସି ଖବର : ସରକାରୀ ବ୍ୟାଙ୍କରେ ଖାତା ଖୋଲିଛନ୍ତି କି ? ଘରେ ବସି ପାଇବେ ଏହି ୧୦ଟି ସୁବିଧା

48

ଭାରତୀୟ ଷ୍ଟେଟ ବ୍ୟାଙ୍କ , ପଂଜାବ ନ୍ୟାସନାଲ୍ ବ୍ୟାଙ୍କ ସହ ଅନ୍ୟ ସାର୍ବଜନୀକ କ୍ଷେତ୍ରର ବ୍ୟାଙ୍କରେ ଯଦି ଆପଣଙ୍କର ଖାତା ଅଛି , ତ ଆପଣଙ୍କୁ ଖୁବ୍ ଶୀଘ୍ର ଅନେକ ସୁବିଧା ମିଳିବାକୁ ଯାଉଛି । ଏହି ସୁବିଧାଗୁଡିକ ମଧ୍ୟରେ ଆପଣଙ୍କ ଘରେ ବସି ବ୍ୟାଙ୍କିଙ୍ଗର ସୁବିଧା ପାଇବା ସହ ଆହୁରି ଅନେକ ଫାଇଦା ମଧ୍ୟ ମିଳିବ । ବୁଧବାର ଦିନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ସରକାରଙ୍କର ଅନ୍ୟ ଅଧିକାରୀମାନଙ୍କ ତରଫରୁ କରାଯାଇଥିବା ବୈଠକରେ କେବଳ ଯେ ବ୍ୟାଙ୍କର ସମସ୍ୟା ସୁଧୁରିବ ତା ନୁହେଁ ଆହୁରି ମଧ୍ୟ ଏହି ବ୍ୟାଙ୍କଗୁଡିକୁ ସେବାରେ ସୁଧାର ଆଣିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଅର୍ଥ ମନ୍ତ୍ରଣାଳୟର ସଚିବ ରାଜୀବ କୁମାର ଅନେକ ଟ୍ୱିଟ୍ କରି ଏହି ସୁବିଧାଗୁଡିକର ସୂଚନା ଦେଇଛନ୍ତି । ଯାହା ଏହି ବ୍ୟାଙ୍କ ଗୁଡିକ ତରଫରୁ ଆପଣଙ୍କୁ ମିଳିବାକୁ ଲାଗିବ । ଏଥି ମଧ୍ୟରୁ ଯେଉଁ କିଛି ସୁବିଧା ବ୍ୟାଙ୍କ ଏବେ ଦେଉଛି , କିଛି ଦେବାକୁ ଆରମ୍ଭ କରିବ । ଆମେ ଆପଣଙ୍କୁ ଏମିତି ୧୦ଟି ସୁବିଧା ବିଷୟରେ ଜଣାଉଛୁ ।

୧ -ଘରେ ହିଁ ଆପଣ ଏହି ଯୋଜନାର ଲାଭ ପାଇପାରିବେ : ଯଦି ଆପଣ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା ଅଥବା ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ସୁବିଧା ନେବାକୁ ଚାହୁଁଛନ୍ତି କି ? ତାହେଲେ ଏହି କାମ ଆପଣ ଶୀଘ୍ର ଘରେ ବସି କରିପାରିବେ । ଏହା ବ୍ୟତୀତ ଏହି ଯୋଜନାଗୁଡିକ ସହ ଜନଧନ ଖାତା , ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆକାଉଂଟ ହୋଲଡରଙ୍କୁ ୨-୨ ଲକ୍ଷ ଟଙ୍କାର ବୀମା ଦିଆଯିବାର ଅଭିଯାନ ଚଳାଯିବ ।

୨ – ହୋମ୍ ବ୍ୟାଙ୍କିଙ୍ଗର ସୁବିଧା ମିଳିବ : ଖୁବ୍ ଶୀଘ୍ର ଆପଣ ଘରେ ବସି ଏବଂ ମୋବାଇଲ ଦ୍ୱାରା ବ୍ୟାଙ୍କ ଖାତା ଖୋଲି ପାରିବେ , ନୋମିନେସନ ଡିଟେଲ ଭରି ପାରିବେ । ଅନଲାଇନ୍ ଲୋନ୍ ପାଇଁ ଆପ୍ଲାଇ କରିପାରିବେ । ଖାଲି ଏତିକି ନୁହେଁ ଏବେ ଅନଲାଇନ୍ ଲୋନ୍ ଆପ୍ଲିକେସନ ଦେବାର ସୁବିଧା ମଧ୍ୟ ପିଏସବି ବ୍ୟାଙ୍କ ତରଫରୁ ଦିଆଯିବ । ବର୍ତ୍ତମାନ ପ୍ରାଇଭେଟ ବ୍ୟାଙ୍କଗୁଡିକ ତରଫରୁ ଏହି ସୁବିଧା ବଡ ସ୍ତରରେ ମିଳୁଛି ।

୩- ବରିଷ୍ଠ ନାଗରିକଙ୍କ ପାଇଁ ଖାସ୍ ସୁବିଧା : ବ୍ୟାଙ୍କ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ ଘରେ ଏହି ବ୍ୟାଙ୍କ ସୁବିଧା ଦେବାକୁ ବ୍ୟବସ୍ଥା କରିବେ । ଏହି ଅନୁସାରେ ତାଙ୍କର ପ୍ରତି ବ୍ୟାଙ୍କିଙ୍ଗ୍ ନେଣଦେଣ ପାଇଁ ସୁବିଧା ସେମାନଙ୍କର ଘରେ ହିଁ ଦିଆଯିବ ।

୪- ୧୦ ଦିନ ଭିତରେ ମିଳିବ ରିଫଣ୍ଡ : ଡିଜିଟଲ୍ ଟ୍ରାଜାକ୍ସନ କରିବା ସମୟରେ ଯଦି ଆପଣଙ୍କ ସହ କୌଣସି ବି ପ୍ରକାରର ଠକାମୀ ହୋଇପାରେ , ତ ଯେଉଁ ଦିନ ଆପଣ ରିପୋର୍ଟ କରିବେ , ଏହାର ୧୦ ଦିନ ଭିତରେ ଆପଣଙ୍କୁ ରିଫଣ୍ଡମିଳି୍ିବ । ଏଥିପାଇଁ ଆପଣଙ୍କର ଅଭିଯୋଗ ସତ ହୋଇଥିବା ଜରୁରି ।

୫ –ମିଳିବ ମୋବାଇଲ୍ ବ୍ୟାକିଙ୍ଗ୍ : ଯେଉଁ ଜିଲ୍ଲାରେ ବ୍ୟାଙ୍କର ସୁବିଧା କମ୍ ଅଛି , ଏହି ଜିଲ୍ଲାଗୁଡିକୁ ବ୍ୟାଙ୍କ ସହ ଯୋଡା ଯିବ । ଏବଂ ଏଗୁଡିକୁ ମୋବାଇଲ୍ ଏଟିଏମର ସୁବିଧା ଦିଆଯିବ । ଏହାସହ ମୋବାଇଲ୍ ଆପ୍ ଏବଂ ୱେବସାଇଟ୍ ଜରିଆରେ ମଧ୍ୟ ଆର୍ଥିକ ସମାବେସକୁ ବଢାଇବା ପାଇଁ କାମ କରାଯିବ ।

୬ – କମ୍ ଫର୍ମ ଭରିବାକୁ ପଡିବ : ପ୍ରେସ୍ କନଫ୍ରେନ୍ସରେ କୁହାଯାଇଛି କି ବ୍ୟାଙ୍କ ଖୋଲିବା ପାଇଁ ଏବଂ ଅନ୍ୟ ଆବଶ୍ୟକୀୟ ଜିନିଷ ପାଇଁ ଫର୍ମ ଭରିବା ସଂଖ୍ୟା କମ୍ ହୋଇପାରିବ । ଏଇଗୁଡିକୁ ଅଧିକତମ ଭାବେ ଦୁଇ ପେଜର କରିବାକୁ ଯୋଜନା ହୋଇଛି ।

୭- କି.ମି ଅନୁସାରେ ବ୍ୟାକିଙ୍ଗ ସୁବିଧା : ସରକାରୀ ବ୍ୟାଙ୍କ୍ ପ୍ରତି ଗାଁରେ ୫କିଲୋମିଟର ଦୂରତାରେ ବ୍ୟାକିଙ୍ଗ ସୁବିଧା ପ୍ରଦାନ କରିବ । ଏହାସହ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ଅନ୍ୟ ସରକାରୀ ଯୋଜନାଗୁଡିକର ପରିସୀମା ବଢାଇଦିଆଯିବ ।

୮ –ଛୋଟ ବ୍ୟବସାୟ ପାଇଁ ଫାଇଦା : ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସରକାର ଅନେକ ବ୍ୟବସ୍ଥା କରିଛନ୍ତି । ଏମାନେ ଅନଲାଇନ୍ ଲୋନ୍ ଆପ୍ଲିକେସନ ଦେଇପାରିବେ । ସରକାର ସେମାନଙ୍କୁ ସହଜରେ ଲୋନ୍ ହାସଲ କରିବା ପାଇଁ ସୁବିଧା ମଧ୍ୟ ଦେବାକୁ କହିଛନ୍ତି । ଏହାସହ ମୁଦ୍ରା ବ୍ୟାଙ୍କ ଓ ଷ୍ଟାଣ୍ଡଅପ୍ ଇଣ୍ଡିଆକୁ ମଧ୍ୟ ବୃଦ୍ଧି କରାଯିବ ।

୯ -ବ୍ୟାକିଙ୍ଗ ଆଉଟଲେଟରେ ମିଳିବ ଭଲ ସୁବିଧା : ସମସ୍ତ ବ୍ୟାଙ୍କ ନିଜର ବ୍ୟାଙ୍କ ଆଉଟଲେଟସରେ ଜିଆଇଏସ୍ ଆଧାରିତ ମ୍ୟାପିଙ୍ଗ ପ୍ରଣାଳୀ ଦ୍ୱାରା ନଜର ରଖିବେ । ଏହାର ଏହି ଫାଇଦା ହେବ କି ସେ ପ୍ରତି ସମୟ ଏହା ଉପରେ ନଜର ରଖିପାରିବେ । ଏଥିରୁ ଏହି ଆଉଟଲେଟ୍ସ ଯେଉଁଠି ପହଁଚିବାକୁ ଥିବ , ସେଠାରେ ସବୁ ଲୋକଙ୍କୁ ଭଲ ସୁବିଧା ମିଳିବ ।

୧୦- ଆପଣଙ୍କ ଟଙ୍କା ସୁରକ୍ଷିତ : ସରକାର ଏହା ନିଶ୍ଚିନ୍ତ କରିଛନ୍ତି କି ବ୍ୟାଙ୍କଗୁଡିକରେ ଥିବା ଆପଣଙ୍କ ପଇସା ସରକ୍ଷିତ ଅଟେ । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ପିଏସବି ବ୍ୟାଙ୍କଗୁଡିକର ଭଲ ବ୍ୟବସାୟ ପାଇଁ ଚିନ୍ତା କରିବା ସରକାରଙ୍କର ଦାୟିତ୍ୱ । ଏଥିପାଇଁ କୌଣସି ପ୍ରକାରେ ଡରିବା ଜରୁରି ନୁହେଁ ।

( ସୌଜନ୍ୟ- ଆଜତକ୍ )