ପାର୍ବତୀ ସାସମଲ ରାଜନୀତି ! ଜଗତସିଂହପୁର ଏରସମା ଥାନା ଘେରାଉ କଲା ବିଜେପି

36

କନକ ବ୍ୟୁରୋ : ପାର୍ବତୀ ସାସମଲଙ୍କୁ ମାଡ ପ୍ରତିବାଦରେ ଥାନା ଘେରାଉ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଏରସମା ଥାନା ଘେରାଉ କଲା ଜଗତସିଂହପୁର ଜିଲ୍ଲା ବିଜେପି । ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବେଳେ ମୋଦିଙ୍କୁ ରୋଡ ସୋ’ ରେ ଚିଠି ଦେଇଥିଲେ ଏରସମା ଅଂଚଳର ମହିଳା ପାର୍ବତୀ ସାସମଲ ।

ତେବେ ଏହା ପରେ କିଛି ବିଜେଡି କର୍ମୀ ପାର୍ବତୀଙ୍କୁ ତାଙ୍କ ଗାଁରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଏହି ଘଟଣାରେ ପୋଲିସର ନୀରବତାକୁ ପ୍ରତିବାଦ କରିଛି ଜିଲ୍ଲା ବିଜେପି । କାହିଁକି ଏ ଯାଏ ଅଭିଯୁକ୍ତଙ୍କୁ ଗିରଫ କରାଯାଇନି ବୋଲି ଦଳ ପ୍ରଶ୍ନ କରିଛି । ତେଣୁ ତୁରନ୍ତ ପୋଲିସର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ବିଜେପି ପକ୍ଷରୁ ଏରସମା ଥାନା ଘେରାଉ କରଯାଇଛି ।