୧୦୦ କିଲୋରୁ ଅଧିକ ଓଜନ ଥିଲେ ଏହି ଯୁବତୀ ! ଏବେ ଅନ୍ୟମାନଙ୍କୁ ସେୟାର କରୁଛନ୍ତି ତାଙ୍କ ଫିଟନେସର ମନ୍ତ୍ର 

60

କନକ ବ୍ୟୁରୋ : ଥରେ ଓଜନ ବଢିଗଲେ , ଏହାକୁ କମାଇବା ମୁସ୍କିଲ ହୋଇପଡେ । ଅଧିକା ଓଜନକୁ ନେଇ ଝିଅମାନେ ଖୁବ୍ ଚିନ୍ତିତ ହୋଇପଡନ୍ତି । କାରଣ ସେମାନେ ଅନୁଭବ କରନ୍ତି କି ଥରେ ମୋଟା ହୋଇଗଲେ ଏହାକୁ କମାଇବା ବଡ ଅସୁବିଧା ହୋଇଥାଏ । ଏହି ଝିଅକୁ ଦେଖିଲେ  ଆପଣ ବିଶ୍ୱାସ କରିବେନି ଯେ ଦିନେ ୧୦୦ କିଲୋ ରୁ ଅଧିକ ଓଜନ ଥିିବା ଏହି ଯୁବତୀ ଏବେ ଜଣେ ମଡେଲ୍ ଭଳି ଲାଗୁଛନ୍ତି । ଏବେ ଆପଣଙ୍କୁ କହୁଛି ତାଙ୍କର ଏହି ଫିଟନେସର ରହସ୍ୟ –

ଏହି ଯୁବତୀଙ୍କର ନାଁ ପ୍ରିୟାଂଶୀ ଭରୱାନୀ । ସେ ଆଗରୁ ଯେଉଁଠି କି ଯାଉଥିଲେ ସମସ୍ତେ ତାଙ୍କୁ ଦେଖି ପତଳା ହେବାର ଉପଦେଶ ଦେଉଥିଲେ ।  ଲୋକଙ୍କ କଥାକୁ ନେଇ ଖୁବ୍ ଚିନ୍ତିତ ଥିବା ପ୍ରିୟାଂଶୀ ଏକ ନୂଆ ତରିକା ଆପଣେଇଲେ । ସେ ଦୌଡିବା ଆରମ୍ଭ କଲେ । ଆଶ୍ଚର୍ଯ୍ୟକର କଥା ଯେ , ପ୍ରିୟାଂଶୀ କେବେ ଭାବିନଥିଲେ ଏହି ଟ୍ରିକ୍ ଦ୍ୱାରା  ସେ ଫାଇଦା ପାଇବେ ବୋଲି । ବାସ୍ତବିକ୍  ଦୌଡିବା କାରଣରୁ ପ୍ରିୟାଂଶୀଙ୍କର ଏକ୍ସଟ୍ରା ଓଜନ କମିବାକୁ ଲାଗିଲା ।

ମୁମ୍ବାଇରେ ରହୁଥିବା  ପ୍ରିୟାଂଶୀ ଦେଖିଲେ କି କେବଳ ୩ମାସରେ ତାଙ୍କର ଓଜନ କମିବାକୁ ଲାଗିଛି ।  ଏହାଦ୍ୱାରା ତାଙ୍କୁ ଆହୁରି ଦୌଡିବାର ପ୍ରେରଣା ମିଳିଲା । ପ୍ରିୟାଂଶୀ ଏବେ ନିଜର ୧୦୦ କିଲୋର ଓଜନକୁ ୬୪ କିଲୋକୁ କମାଇପାରିଛନ୍ତି । ଏକ ସାକ୍ଷାତକାରରେ ପ୍ରିୟାଂଶୀ କହିଛନ୍ତି କି  ଯେତେବେଳେ ତାଙ୍କର ଓଜନ କମ୍ ହେବାରେ ଆରମ୍ଭ ହେଲା  ସେ ନିଜର ଫିଟନେସ୍ ପ୍ରତି ସଜାଗ ହେଲେ । ସେ ଏବେ ସମସ୍ତଙ୍କୁ ନିଜର ଫିଟନେସ ସିକ୍ରେଟ ସେୟାର କରିବାକୁ ଚାହିଁଛନ୍ତି , ଯେଉଁମାନେ ତାଙ୍କ ଭଳି ସମସ୍ୟାରେ ପଡିଛନ୍ତି । ପ୍ରିୟାଂଶୀଙ୍କ ଇନଷ୍ଟାଗ୍ରାମରେ ଆକାଉଣ୍ଟ ଖୋଲିଛନ୍ତି ।  ଯେଉଁଥିରେ ସେ ନିଜର ଫଟୋ ସେୟାର କରିଛନ୍ତି । ଏହି ଆକାଉଣ୍ଟରେ ସେ ନିଜର ପୁରୁଣା ଓ ନୂଆ ଫଟୋ ମିଶାଇ ସେୟାର କରିଛନ୍ତି ।  ଅନ୍ୟମାନେ ଦେଖି ଜାଣିପାରିବେ ସେ କେମିତି ଥିଲେ । ଆଉ ଆଜି କେମିତି ନିଜର ଓଜନ କମାଇପାରିଛନ୍ତି ।

( ସୌଜନ୍ୟ- ଡେଲିହଣ୍ଟ)