ଦ୍ୱାରକାଧୀଶ ପୀଠରେ ପ୍ରଧାନମନ୍ତ୍ରୀ ! ୧୦ ମିିନିଟ ଧରି ମନ୍ଦିରରେ ମୋଦିଙ୍କ ପୂଜାର୍ଚ୍ଚନା

25

କନକ ବ୍ୟୁରୋ: ଦୁଇ ଦିନିଆ ଗୁଜରାଟ ଗସ୍ତରେ ଥିବା ମୋଦି ଶନିବାର ଜାମନଗରରେ ପରେ ଦ୍ୱାରକାରେ ପହଂଚିଛନ୍ତି । ଦ୍ୱାରକାପୀଠରେ ମୋଦି ପୂଜାର୍ଚ୍ଚନା କରିଛନ୍ତି । ପ୍ରାୟ ୧୦ମିନିଟ୍ ଧରି ଦ୍ୱାରକାଧିଶ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକଙ୍କୁ ଭେଟି ଆଲୋଚନା କରିଛନ୍ତି ।

ତେବେ ଗୁଜୁରାଟ ପ୍ରଧାନମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ମୋଦିଙ୍କ ସହ ଉପସ୍ଥିତ ଥିଲେ । ମୋଦିଙ୍କର ଏହି ଦୁଇଦିନିଆ ଗସ୍ତସୂଚିରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ଚୌଟିଲା, ଗାନ୍ଧୀନଗର, ବଡନଗର ଓ ଭରୂଚରେ ବିଭିନ୍ନ ଯୋଜନାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଗସ୍ତକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯିବ ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।