ସାଙ୍ଗରେ ନାଚିବାକୁ ମନା କରିବାରୁ ଡ୍ୟାନ୍ସରଙ୍କୁ ଗୁଳି କରି ହତ୍ୟା : କ୍ୟାମେରାରେ କଏଦ୍ ହେଲା ଭିଡିଓ

40

କନକ ବ୍ୟୁରୋ : ସାଙ୍ଗରେ ନାଚିବାକୁ ମନା କରିବାରୁ ଡ୍ୟାନ୍ସରଙ୍କୁ ସମସ୍ତଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଛି ଜଣେ ଯୁବକ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ପଂଜାବର ବଠିଣ୍ଡାରେ ଚାଲିଥିବା ଏକ ବିବାହ ଉତ୍ସବରେ । ମୃତ ଡ୍ୟାନ୍ସରଙ୍କ ନାମ ହେଉଛି କୁଲୱିନ୍ଦର କୌର୍ । କୁଲୱିନ୍ଦର ଦୁଇ ମାସର ଗର୍ଭବତୀ ମଧ୍ୟ ଥିଲେ । ଘଟଣା ପରେ ଅଭିଯୁକ୍ତ ବିଲ୍ଲା ଫେରାର୍ ଅଛି । ତେବେ ସହ ଘଟଣାସ୍ଥଳରୁ ୨୧ ବୋର୍ ଗନ୍ ଉଦ୍ଧାର କରିବା ସହ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁଲିସ୍ ।

ତେବେ ଏ ସମସ୍ତ ଘଟଣାର ଭିଡିଓ ଫୁଟେଜ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । କୁଲୱିନ୍ଦରଙ୍କ ପେଟକୁ ଅଭିଯୁକ୍ତ ଜଣକ ଗୁଳି କରିବା ସହ କିପରି ସେ ଘଟଣା ସ୍ଥଳରେ ଟଳି ପଡିଛନ୍ତି ସେ ସମସ୍ତ ଦୃଶ୍ୟ ଏହି ଭିଡିଓରେ ରେକର୍ଡିଂ ହୋଇଛି ।